ରାଜ୍ୟରେ ଜାରି ପ୍ରବଳ ଶୀତ ପ୍ରବାହ: ଆଜି ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ, ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ପ୍ରବଳ ଶୀତ ପ୍ରବାହ ଜାରି ରହିଥିବା ବେଳେ ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ଫଳରେ ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନାହିଁ । ଫଳରେ ଯାତାୟତରେ ବାଧା ଉପୁଜିଛି ।

ଆଗାମୀ ୨ ଦିନ କମିବ ଶୀତ । ରାଜ୍ୟର ତାପମାତ୍ରା ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ଶୀତ ପ୍ରକୋପ କିଛି ମାତ୍ରାରେ କମିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ବିଭିନ୍ନ ସ୍ଥାନରେ ପାରଦ ସାମାନ୍ୟ ବୃଦ୍ଧି ଘଟିଛି । ୫ ଡିଗ୍ରୀକୁ ଖସିଥିବା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.