ଆଜି ଓ କାଲି ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିବ, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ରାଜ୍ୟରେ ଦୁଇଦିନ ଘନ କୁହୁଡି । ଆଜି ପାଇଁ ୧୪ ଜିଲ୍ଲାକୁ ୱାର୍ଣ୍ଣିଂ । କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି।
ଘନ କୁହୁଡି ଯୋଗୁ ଜନଜୀବନ ଅସ୍ତବ୍ୟବସ୍ତ । ଯାତାୟତରେ ଅସୁବିଧା ଭୋଗୁଛନ୍ତି ଯାତ୍ରୀ। କାଲି ବି ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିବ । କାଲି ପାଇଁ ୧୧ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ। ଘନ କୁହୁଡି ପାଇଁ ଘାଟି ଓ ଦୁର୍ଘଟଣା ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣରର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି ।
Also read:ରାଜ୍ୟରେ ଆହୁରି ୨ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡି଼, ୨୪ ଘଣ୍ଟା ପାଇଁ ୧୫ଟି ଜିଲ୍ଲାକୁ ଆଲର୍ଟ