ଭୁବନେଶ୍ୱର : କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା । ରାଜ୍ୟରେ ବଦଳିଲା ପାଣିପାଗ ମିଜାଜ। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି। ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଥିଲା। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
ତେବେ ରାଜଧାନୀ ଭୁବନେଶ୍ବରେ ଗତକାଲି ରାତିରେ ପ୍ରବଳ ବାଣ ଫୁଟିବା ଯୋଗୁ ଭୟଙ୍କର ଭାବେ ବାୟୁ ପ୍ରଦୂଷିତ ହୋଇଥିଲା । ରାତିରେ ବାୟୁମଣ୍ଡଳ ଧୂଆଁରେ ଭରି ଯାଇଥିଲା । ରାସ୍ତଘାଟ ଦେଖାଯାଉନଥିଲା । ଆଜି ମଧ୍ୟ ବାୟୁମଣ୍ଡଳକୁ ଧୂଳି ଓ ଧୂଆଁ ବିଷାକ୍ତ କରି ରଖିଛି । ତା ସହ ଘନ କୁହୁଡ଼ି । କେବଳ ଟ୍ବିନ୍ ସିଟି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପଡ଼ିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୁରୀରେ ଘନ କୁହୁଡ଼ି । ଶ୍ରୀମନ୍ଦିର କୁହୁଡ଼ିାରେ ଲୁଚି ଯାଇଛି । ହାଲୁକା ଶୀତ ଆରମ୍ଭ ହେବା ସହ ସକାଳକୁ ଢାଙ୍କି ଦେଇଛି କୁହୁଡ଼ି ।