ଘନ କୁହୁଡ଼ି ସାଜିଲା କାଳ: ଟ୍ରକ ପଛରେ ପିଟି ହେଲା ଓମଫେଡ କ୍ଷୀର ଭ୍ୟାନ୍, ୨ ଗୁରୁତର

କଟକ : ଘନ କୁହୁଡ଼ି ସାଜିଲା କାଳ। ଟ୍ରକ ପଛରେ ପିଟି ହେଲା ଓମଫେଡ କ୍ଷୀର ଭ୍ୟାନ୍। କଟକ ତେଲେଙ୍ଗାପେଣ୍ଠ ନିକଟ ଜାତୀୟ ରାଜପଥ ୧୬ ଉପରେ ଏକ ଓମଫେଡ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଚାଳକ ଓ ହେଲପର ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଥିବା ହେଲପରଙ୍କ ନାମ ରାକେଶ ବିଶ୍ୱାଳ ।

ଗାଡ଼ିଟି ବାରଙ୍ଗ ନରାଜରୁ କ୍ଷୀର ନେଇ ନଖରା ଅଭିମୁଖେ ଯାଉଥିବା ବେଳେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ଗାଡ଼ିର ସମ୍ମୁଖ ଭାଗ କାଟି ଚାଳକ ଓ ହେଲପରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ ।

 

 

ଆହୁରି ପଢନ୍ତୁ : ମଦ୍ୟପ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ଦୋକାନ ଉପରେ ଗାଡ଼ି ଚଢାଇ ଦେବାରୁ ୬ ଆହତ