ଦକ୍ଷିଣ ଆଫ୍ରିକାରେ ଉଡିଲା ତ୍ରିରଙ୍ଗା, ଆର୍ଥିକ ଅଭାବ ସତ୍ତ୍ୱେ ନିଜ ସ୍ୱପ୍ନକୁ ପୂରା କଲେ ଶଶି

କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଥାଏ ସମସ୍ତ ପ୍ରତିକୂଳ ପରିସ୍ଥିତି । ଏହା ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି ଦେବଗଡ଼ର ଯୁବକ ଶଶୀ ଭୂଷଣ ମାଝୀ ।

ଦେବଗଡ (କେନ୍ୟୁଜ) : କିଲିମାଞ୍ଜରୋରେ ଉଡିଲା ତ୍ରିରଙ୍ଗା । ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ସେ ଏହି ଗିରୀଶୃଙ୍ଗରେ ଭାରତର ଜାତୀୟ ପତାକା ଉଡାଇଛନ୍ତି ଶଶୀ । ହଁ ଆଜ୍ଞା କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଥାଏ ସମସ୍ତ ପ୍ରତିକୂଳ ପରିସ୍ଥିତି । ଏହା ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି ଦେବଗଡ଼ର ଯୁବକ ଶଶୀ ଭୂଷଣ ମାଝୀ ।

ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ ବ୍ରଜମୋହନପୁର ଗ୍ରାମର ଶଶୀ ଭୂଷଣ ଆର୍ଥିକ ଅଭାବ ସତ୍ୱେ ଦେଶ ବିଦେଶର ଉଚ୍ଚତମ ଗିରୀସୃଙ୍ଗ ଚଢିବା ତାଙ୍କ ସ୍ବପ୍ନ ରହିଥିଲା ।ଦେଶର ଜଣାଶୁଣା ପର୍ବତାରୋହି ଯୋଗବ୍ୟାସ ଭୋଇଙ୍କୁ ଆଦର୍ଶ ମାନିଥିବା ଶଶୀ ଆର୍ଥିକ ସ୍ୱଚ୍ଛଳ ନଥିବା ସତ୍ୱେ ନିଜ ପ୍ରୟାସରେ ଜୀବନର ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ଗତ ୧୯ ତାରିଖ ଦିନ ଦକ୍ଷିଣ ଆଫ୍ରିକାର ଉଚ୍ଚତମ ଗିରୀସୃଙ୍ଗ କିଲିମାଂଜାରୋ ଆହୋରଣ ପାଇଁ ଯାତ୍ରା କରିଥିଲେ । ସେଠାରେ ପ୍ରତିକୂଳ ପାଗ ସତ୍ୱେ ଶଶୀ ସଫଳତାର ସହ କିଲିମାଞ୍ଜରୋ ଗିରୀସୃଙ୍ଗ ଆହୋରଣ କରି ଆଜି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ଅବସରରେ ଝାରସୁଗୁଡା ବିମାନ ବନ୍ଦରରେ ଶଶୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଜିଲ୍ଲା ବିଜେଡି ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନଙ୍କ ସମେତ ଗଣ୍ଡୱାନା ସମାଜ ପକ୍ଷରୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ଆଗକୁ ସାତ ଟି ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ଆହୋରଣ ପାଇଁ ଲକ୍ଷ୍ୟ ରଖିଥିବା ଶଶୀ ଏହି ଅବସରରେ ନିଜ ସଫଳତା ପାଇଁ ତାଙ୍କୁ ସହାୟତା ଦେଇଥିବା ପ୍ରତିଟି ବ୍ୟକ୍ତି ବିଶେଷ ଓ ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।