ସ୍ଥିତିକୁ ଦୃଷ୍ଟିରେ ଏଥର ଯୁକ୍ତ ୨ ପାଇଁ ବଢିବ ସିଟ୍‌, ଆସନ୍ତା ସପ୍ତାହରୁ ନାମଲେଖା ଆରମ୍ଭ କରିବାକୁ ଯୋଜନା

ଭୁବନେଶ୍ବର(କେନ୍ଯୁଜ୍): ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପାସ୍‌ ହାର ସର୍ବାଧିକ ୯୭.୮୯% ରହିଛି । ହେଲେ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ। ଫଳରେ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ଆଶଙ୍କା କରାଯାଉଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଛନ୍ତି କୌଣସି ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେବେନି । ସ୍ଥିତିକୁ ଦୃଷ୍ଟିରେ ରଖି ଯେଉଁଠି ଆବଶ୍ୟକ ପଡିବ ସେଠାରେ ସିଟ୍‌ ବୃଦ୍ଧି କରାଯିବ ।

ବିଭିନ୍ନ ଶୀକ୍ଷାନୁଷ୍ଠାନରେ ଏଥର ୧୦ରୁ ୩୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ନେଇ ଚିନ୍ତା କରାଯାଉଛି। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକ ଆଶ୍ୱସ୍ତ ରୁହନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ। ଏନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ସେପଟେ ଆସନ୍ତା ସପ୍ତାହରୁ ନାମଲେଖା ଆରମ୍ଭ କରିବାକୁ ଯୋଜନା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.