ପୁଣି ଆସୁଛି ଲଘୁଚାପ: ଆସନ୍ତା ୮ ମଧ୍ୟରେ ଗୋଟିଏ ଓ ୯ରୁ ୧୫ ତାରିଖ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର(କେନ୍ୟୁଜ୍): ଥମିବାର ନା ଧରୁନି ଲଘୁଚାପ। ପଛକୁ ପଛ ଆସିବାରେ ଲାଗିଛି। ତେବେ ଏହାରି ଭିତରେ ପୁଣି ଲଘୁଚାପ ଆସୁଥିବା ନେଇ ସୂଚନା ମିଳିଛି। ୮ ତାରିଖ ମଧ୍ୟରେ ଗୋଟିଏ ଓ ୯ରୁ ୧୫ ତାରିଖ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ ପ୍ରଭାବରେ ସକ୍ରିୟ ହେବ ମୌସୁମୀ ବାୟୁ । ପ୍ରଭାବରେ ଆସନ୍ତାକାଲିଠୁ ବଢିବ ବର୍ଷାର ବିସ୍ତତି । ୬ତାରିଖରୁ ବଢିବ ବର୍ଷାର ପରିମାଣ । କାଲି ପ୍ରବଳ ବର୍ଷା ସମ୍ଭାବନା ପାଇଁ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେହିପରି ୬ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ଥିବା ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଗୁଳୁଗୁଳି । ଆହୁରି ୨୪ ଘଣ୍ଟା ଗୁଳୁଗୁଳି ଜାରି ରହିବ । ଗତ ୨୪ ଘଣ୍ଟାରେ ୯ଟି ସହରରେ ଦିନର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ରେକର୍ଡ ହୋଇଛି । ସୋନପୁର ଓ ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଭୁବନେଶ୍ୱର ଓ କଟକରେ ଦିନର ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରିଥିଲା ପାଣିପାଗ ବିଭାଗ । କାଲିଠୁ ବର୍ଷା ପରେ ଗୁଳୁଗୁଳିରେ ଲାଗିବ ବ୍ରେକ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.