ଗଞ୍ଜାମ: ସମୁଦ୍ରରୁ ମାଛ ଧରି ପେଟ ପୋଷନ୍ତି । ଜୀବନ ଜୀବିକା ସବୁ ଏଇ ସମୁଦ୍ର ଉପରେ ନିର୍ଭର କରେ । କିନ୍ତୁ ଲଘୁଚାପ ଜୀବିକାରେ ବାଧା ସୃଷ୍ଟି କରୁଛି । ଯେଉଁଥି ପାଇଁ ଚିନ୍ତାରେ ମତ୍ସ୍ୟଜୀବି । ଲଘୁଚାପ ଯୋଗୁଁ ଦୁଇ ଦିନ ବର୍ଷା ହେବା ଫଳରେ ସୁମୁଦ୍ର ଅଶାନ୍ତ ଦେଖାଦେଇଛି । ଏହାର ବିଶେଷ ପ୍ରଭାବ ପଡିଛି ମତ୍ସ୍ୟଜୀବିମାନଙ୍କ ଉପରେ ।
ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ନ ଯାଇପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମତ୍ସ୍ୟଜୀବି । ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜୀବିମାନେ ସମୁଦ୍ର ଅଶାନ୍ତ ହେବା ଯୋଗୁ ଦୁଇଦିନ ହେଲା ସମୁଦ୍ରକୁ ମାଛ ମାରିବା ପାଇଁ ଯାଇପାରୁନାହାନ୍ତି । କାରଣ ଲଘୁଚାପ ଯୋଗୁଁ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏପଟେ ମାଛ ମାରିବାକୁ ନଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମତ୍ସ୍ୟଜୀବି।
ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ନିକଟରେ ଥିବା ଜେଟିରେ ମତ୍ସ୍ୟଜୀବି ମାନେ ନିଜ ନିଜ ଡଙ୍ଗା ଓ ଜାଲକୁ ସୁରକ୍ଷିତ ଭାବେ ବାନ୍ଧି ଜଗି ରହିଛନ୍ତି । ସମୁଦ୍ର ଅଶାନ୍ତ ଯୋଗୁଁ ସେମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ର ମଧ୍ୟକୁ ନ ଯାଇ ମାଛ ନ ମାରିପାରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମତ୍ସ୍ୟଜୀବି । ଏନେଇ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ମତ୍ସ୍ୟଜୀବିମାନଙ୍କୁ ସଚେତନ କରାଯାଉଛି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଥିବାରୁ ମତ୍ସ୍ୟ ବିଭାଗ ଓ ସାଗର ମିତ୍ର ମାନେ ସେମାନଙ୍କୁ ବୁଝାଇବା ସହିତ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ସଚେତନତା କରୁଛନ୍ତି ।