ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୧୩ ତାରିଖ ବେଳକୁ ନେଇପାରେ ଡିପ୍‌ ଡିପ୍ରେସନରେ ରୂପ

କେନ୍ୟୁଜ୍ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୧୦ ତାରିଖ ବେଳକୁ ଏହାର ଚିତ୍ର ସ୍ପଷ୍ଟ ହେବ । ଏହା ୧୩ ତାରିଖ ବେଳକୁ ଡିପ୍‌ ଡିପ୍ରେସନରେ ପରିଣତ ହେବା ସମ୍ଭାବନା ରହିଛି । ତେବେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଲଘୁଚାପର ଗତି ନେଇ ସ୍ପଷ୍ଟ ଚିତ୍ର ଜଣାପଡ଼ିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଆଇଏମଡିର ପୂର୍ବାନୁମାନ ଅନୁସାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହେବ । ପରେ ଏହା ଅବପାତର ରୂପ ନେବ । ଏହା କେଉଁ ଦିଗରେ ଗତି କରିବା ଏବଂ କେଉଁ ରାଜ୍ୟ ଉପରେ ଏହାର ପ୍ରଭାବ ରହିବ ସେ ନେଇ ମଧ୍ୟ କୌଣସି ଚିତ୍ର ସ୍ପଷ୍ଟ ହୋଇ ନାହିଁ । ତଥାପି ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପରେ ଏହାର ପ୍ରଭାବ ରହିପାରେ।

You might also like