ଦକ୍ଷିଣ-ଦକ୍ଷିଣ ପୂର୍ବ ଗୋପାଳପୁର ଠାରୁ ୮୫୦ କିଲୋମିଟର ଦୂରରେ ଡିପ୍ରେସନ୍, ଆଜି ସନ୍ଧ୍ୟାରେ ନେବ ବାତ୍ୟାର ରୂପ

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ଘନୀଭୂତ ହେଉଛି ଡିପ୍ରେସନ । ଆଜି ସନ୍ଧ୍ୟାରେ ବାତ୍ୟାର ରୂପ ନେବା ସମ୍ଭାବନା । ଦକ୍ଷିଣ ଦକ୍ଷିଣ ପୂର୍ବ ଗୋପାଳପୁର ଠାରୁ ୮୫୦ କିଲୋମିଟର ଦୂରରେ ରହିଛି । ପାରାଦୀପ ଠାରୁ ୯୨୦ କିଲୋମିଟର ଓ ବିଶାଖାପାଟଣାରୁ ୭୭୦ କିଲୋମିଟର ଦୂରରେ ରହିଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଭୀଷଣ ବାତ୍ୟାର ରୂପ ଧାରଣ କରିବ ଜଓ୍ଵାଦ ।

ଏତିକିବେଳେ ଘଣ୍ଟାପ୍ରତି ପବନର ବେଗ ୯୦-୧୦୦ କିଲୋମିଟର ରହିବ । ପବନ ବେଗ ବଢ଼ି ସର୍ବାଧିକ ୧୧୦ କିଲୋମିଟର ଛୁଇଁପାରେ । ଆସନ୍ତାକାଲି ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଅଗ୍ରସର ହୋଇପାରେ । ତେବେ କେଉଁଠି ଉପକୂଳ ଅତିକ୍ରମ କରିବ ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ଉପକୂଳ ଅତିକ୍ରମ କରୁ ବା ନକରୁ ଓଡ଼ିଶା ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ଆଇଏମଡି ଡିଜି । ଆଜିଠୁ ପ୍ରକୋପ ଦେଖାଇବା ଆରମ୍ଭ କରିବ ଜଓ୍ଵାଦ୍‌ । ୪ ତାରିଖରେ ବଢ଼ିବ ବର୍ଷା ପବନ । ରାଜ୍ୟର ସମସ୍ତ ବନ୍ଦର ଗୁଡ଼ିକୁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.