କଟନୀ ଛଟନୀ କଲେ କଟିବ ମିଲ ଲାଇନ୍, ମିଲ ମାଲିକଙ୍କୁ ତାଗିଦ କଲେ ଉପ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର : ସାବଧାନ ମିଲ ମାଲିକ ।  ଏଣିକି ଶୃଙ୍ଖଳିତ ହେବ ଧାନ କିଣା ପ୍ରକ୍ରିୟା। ସଠିକ ଭାବେ ଧାନ ବିକ୍ରି କରିବେ ଚାଷୀ। ବଲାଙ୍ଗିରରେ ସୁଶାସନ ଦିବସରେ ନିଜ ଅଭିଭାଷଣରେ ମିଲ ମାଲିକଙ୍କୁ ଏପରି ତାଗିଦ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ବଲାଙ୍ଗିର ଜିଲ୍ଲାରେ ଧାନ ମଣ୍ଡି ଖୋଲିଛି ହେଲେ ମଣ୍ଡିରେ ଅବ୍ୟବସ୍ଥା ହେଉଛି ।

ବିନା କଟନୀ ଛଟନୀରେ ଚାଷୀଙ୍କ ପାଖରୁ ଧାନ ଉଠାଇବାକୁ ମିଲ ମାଲିକଙ୍କୁ ତାଗିଦ କରିଛନ୍ତି। ନହେଲେ ମିଲରୁ ଲାଇନ କାଟି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ।