ଆକାଶବାଣୀ ଜୟପୁର କେନ୍ଦ୍ର ପରିଦର୍ଶନ କଲେ ପ୍ରସାର ଭାରତି ଉପ ମହାନିର୍ଦ୍ଦେଶକ, ବିଭିନ୍ନ ପ୍ରସଙ୍ଗକୁ ନେଇ କଲେ ସମୀକ୍ଷା

ଜୟପୁର(କେନ୍ଯୁଜ୍): ଆକାଶବାଣୀ ଜୟପୁର କେନ୍ଦ୍ର ପରିଦର୍ଶନ କରିଛନ୍ତି ପ୍ରସାର ଭାରତି ଉପ ମହାନିର୍ଦ୍ଦେଶକ ସୁଧାଂଶୁ ରଞ୍ଜନ । ଗସ୍ତ ସମୟରେ ସେ ଆକାଶବାଣୀ କେନ୍ଦ୍ରର ପରିଚାଳନା ଓ ନୂଆ ନୂଆ ଶୈଳୀରେ କାର୍ଯ୍ୟକ୍ରମକୁ ଦେଖି ପ୍ରଶଂସା କରିଥିଲେ । ପରେ ଏକ ସମୀକ୍ଷା ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଜୟପୁର କେନ୍ଦ୍ର ନିର୍ଦ୍ଦେଶକ ଗୌରଚନ୍ଦ୍ର ତ୍ରୀପାଠି ,କାର୍ଯ୍ୟକ୍ରମ ସମ୍ପାଦକ ଉଦଘୋଷିକା ଓ ସଙ୍ଗୀତ ବିଭାଗ ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଦକ୍ଷିଣ ଓଡିଶାର ପ୍ରମୁଖ କେନ୍ଦ୍ର ରୂପେ ଜୟପୁର ଆକାଶବାଣୀ କେନ୍ଦ୍ରର ସ୍ୱତନ୍ତ୍ର ମାନ୍ୟତା ଥିବାବେଳେ ପୂର୍ବାଞ୍ଚଳର ସମସ୍ତ କେନ୍ଦ୍ର ମଧ୍ୟରେ ଏହି କେନ୍ଦ୍ର ଅନେକ ପୁରଷ୍କାର ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.