ମତ୍ସ୍ୟ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଗିରଫ, ୧ କୋଟି ୩୪ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ଅଭିଯୋଗ

କଟକ : ମତ୍ସ୍ୟ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଗିରଫ । ଉପ ନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ୧ କୋଟି ୩୪ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇଛନ୍ତି । ଆର୍ଥିକ ଅନିୟମିତତା ନେଇ ଥାନାରେ ଅଭିଯୋଗ ହୋଇଥିଲା । ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।

ସ୍ବତନ୍ତ୍ର ତଦନ୍ତ କମିଟିର ରିପୋର୍ଟ ଆଧାରରେ ଗିରଫ କରିଛି ମଙ୍ଗଳବାଗ ଥାନା ପୋଲିସ ।   ମତ୍ସ୍ୟସମ୍ପଦ ବିଭାଗ ନିର୍ଦେଶକଙ୍କ ନିର୍ଦେଶ କ୍ରମେ ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗତ ଜୁନ ମାସ ୧୩ ତାରିଖରେ ଗଠନ  କରାଯାଇଥିଲା । ଜୁନ ୨୪ ତାରିଖରେ ଏହି କମିଟି ଏକ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ । ମୋଟ ଏକ କୋଟି ୩୪ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତାର ଖୋଳ ତାଡ଼ କରୁଛି ପୋଲିସ । ତିନିଟି ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ୨୯ ଲକ୍ଷ ଟଙ୍କା। ଏହା ବ୍ୟତୀତ ଆଉ ଏକ କୋଟି ୫ ଲକ୍ଷ ଟଙ୍କାର ହେରଫେର ହୋଇଥିବା ଜଣାପଡିଛି ।