ଖଣି ଉପନିର୍ଦ୍ଦେଶକଙ୍କ ଘରେ ପଶିଲା ଭିଜିଲାନ୍ସ, ୮ଟି ସ୍ଥାନରେ ଚଢ଼ାଉ

ତାଳଚେର: ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍ । ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ କରାଯାଉଛି ।  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ ।  ଭୁବନେଶ୍ବର, କେନ୍ଦୁଝର, ତେଳକୋଇ ଓ ତାଳଚେରରେ ଚାଲିଛି ରେଡ୍ ।  ଭୁବନେଶ୍ବର ପଟିଆ ଶିଶୁବିହାରରେ ଚାଲିଛି ଚଢ଼ାଉ ।  ତେଲକୋଇ ଜଗମୋହନପୁରରେ ରହିଛି ଏକ ମାର୍କଟେ କମ୍ପ୍ଲେକ୍ସ।

ଧରଣୀଧର ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା ।  ଚଢ଼ାଉରେ ୧୦ DSP, ୧୬ ଇନ୍ସପେକ୍ଟର ଓ ୭ SI ସାମିଲ ଅଛନ୍ତି।  ଚଢ଼ାଉ ଚାଲିଥିବାରୁ ମୋଟ୍‌ ସମ୍ପତ୍ତିର ଆକଳନ କରାଯାଇନାହିଁ ।  ପରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି । ତାଳଚେର ପୂର୍ବରୁ ଧରଣୀଧର କେନ୍ଦୁଝରରେ କାର୍ଯ୍ୟରତ ଥିଲେ। ସେ ତାଳଚେରରେ ପ୍ରାୟ ୨ ବର୍ଷ ହେବ ରହିଆସୁଛନ୍ତି।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।