ଆସିଲା ବିଧାନସଭା କୋଭିଡ୍‌ ଟେଷ୍ଟିଂ ରିପୋର୍ଟ,ଉପବାଚସ୍ପତିଙ୍କ ସମେତ ୧୪ ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଆସିଲା ବିଧାନସଭା କୋଭିଡ୍‌ ଟେଷ୍ଟିଂ ରିପୋର୍ଟ । ଆଜି  ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ  କରୋନାରେ ସଂକ୍ରମିତ ହେଇଛନ୍ତି। ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଗତ ୨୬ ତରିଖରୁ କାଲି ପର୍ଯ୍ୟନ୍ତ ୭୫୮ ସାମ୍ପୂଲ ଟେଷ୍ଟ ହୋଇଥିଲା । ଗତ କାଲି ପାଖାପାଖି ୫୦୦ ସାମ୍ପୂଲ ରିପୋର୍ଟ ଆସିଥିଲା। ସେଥିରୁ ୧୩୬ ପଜିଟିଭ ଆସିଥିଲା । ବାକି ଆଜି ଆସିଥିବା  ରିପୋର୍ଟ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି।