ପୁରୀ ଶ୍ରୀମନ୍ଦିର ୮ଟି ଦ୍ୱାର ରୁପା ଛାଉଣୀ ପ୍ରସଙ୍ଗରେ ଦ୍ୱିତୀୟ ବୈଠକରେ ବି ହୋଇପାରିଲାନି ଡିଜାଇନ ଚୂଡ଼ାନ୍ତ

ପୁରୀ(କେନ୍ୟୁଜ୍):  ପୁରୀ ଶ୍ରୀମନ୍ଦିର ୮ଟି ଦ୍ୱାର ରୁପା ଛାଉଣୀ ପ୍ରସଙ୍ଗରେ ଦ୍ୱିତୀୟ ବୈଠକରେ ବି ହୋଇପାରିଲାନି ଡିଜାଇନ ଚୂଡ଼ାନ୍ତ । ଆସନ୍ତାକାଲି ଶିଳ୍ପୀଗ୍ରାମ ରଘୁରାଜପୁରକୁ ଯିବ ଟିମ୍‌ । ଏହାପରେ ଆସନ୍ତା ୧୯ ତାରିଖରେ ତୃତୀୟ ବୈଠକ ବସିବ । ସେହି ବୈଠକରେ ରୁପା ଛାଉଣୀ ଡିଜାଇନ ଚୂଡ଼ାନ୍ତ ହୋଇପାରେ । କାଠ ଫ୍ରେମ ଓ ଡିଜାଇନ ସହ ରୁପା ଛାଉଣୀ ଡିଜାଇନ ଚୂଡ଼ାନ୍ତ ପରେ ଏଏସଆଇକୁ ପ୍ରସ୍ତାବ ଦିଆଯିବ । ଏଏସଆଇ ଦିଲ୍ଲୀ ଡିଜିଙ୍କ ଅନୁମୋଦନ ପରେ ଶ୍ରୀମନ୍ଦିର ୮ଟି ଦ୍ୱାର ରୁପା ଛାଉଣୀ କରାଯିବ ।

ଉତ୍କଳୀୟ ଓ ଶ୍ରୀଜଗନ୍ନାଥ କଳାଶୈଳୀ, ସ୍ଥାପତ୍ୟକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ରୁପା ଛାଉଣୀ କାର୍ଯ୍ୟ ବିଳମ୍ବିତ ହୋଇପାରେ । ପ୍ରଥମ ପରୀକ୍ଷଣ ଭାବେ ସାତପାହାଚ ଦ୍ୱାରର ରୂପା ଛାଉଣୀ କରାଯିବ। ମହାଲକ୍ଷ୍ମୀ, ମାଆ ବିମଳା ଓ ନୃସିଂହ ମନ୍ଦିର ଭଳି ୧୧ଟି ଦ୍ୱାରକୁ ରୂପା ଛାଉଣୀ ପାଇଁ ପ୍ରଥମ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ବର୍ମାଟିକ୍‌ କାଠରେ ନିର୍ମାଣ ହେବ ୪ଇଞ୍ଚ ମୋଟେଇର ଦ୍ୱାର। ପ୍ରାୟ ୨୫୦୦ କିଲୋ ରୂପା ବ୍ୟବହାର କରାଯିବ। ହେଲେ ଏନେଇ ଡିଜାଇନ ଚୂଡ଼ାନ୍ତ ହୋଇପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.