ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ । ପ୍ରବଳ ଭକ୍ତଙ୍କ ଆଗମନ ଓ ଭିଡକୁ ଦୃଷ୍ଟିରେ ରଖି ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ଥିତି ଅନୁଧ୍ୟାନ କରାଯାଉଛି। ଭକ୍ତଙ୍କ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ପାଇଁ ମରଚିକୋଟ ଛକରୁ ବ୍ୟାରିକେଡ କରାଯାଇ ବଡଦାଣ୍ଡକୁ ବିଭିନ୍ନ ସେକ୍ଟରରେ ବିଭକ୍ତ କରାଯିବ ।

ସ୍ନାନ ପୂର୍ଣ୍ଣିମା ପାଇଁ ଟ୍ରାଫିକ କଟକଣା ଲାଗୁ ହେବ। ସହରରେ ବିଭିନ୍ନ ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି । ସ୍ନାନ ପୂର୍ଣ୍ଣମୀ ନୀତି ଶୃଙ୍ଖଳିତ ଲାଗି ଆଜି ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବୈଠକ ହୋଇଛି । ଶୃଙ୍ଖଳିତ ପହଣ୍ଡି, ଜଳଲାଗି, ହାତୀ ବେଶ ଲାଗି ସେବାୟତଙ୍କ ସହ ଆଲୋଚନା କରାଯାଇଛି l ଭୋରୁ ମହାପ୍ରଭୁଙ୍କ ପହଣ୍ଡି ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି ଦଇତାପତି ସେବାୟତ ।

You might also like