୧୨ କୋଟି ୩୦ ଲକ୍ଷ ଟଙ୍କାରେ ଚାଲିଛି ଗୋପବନ୍ଧୁଙ୍କ ପୀଠର ବିକାଶ, ରାଜ୍ଯ ପର୍ଯ୍ଯଟନ ମାନଚିତ୍ରରେ ପାଇବ ସ୍ଥାନ

ପିପିଲି(କେନ୍ଯୁଜ୍) : ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ଐତିହ୍ଯ ସମ୍ପନ୍ନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସୁଆଣ୍ଡୋର ହେବ ବିକାଶ । ରାଜ୍ଯ ପର୍ଯ୍ଯଟନ ମାନଚିତ୍ରରେ ସ୍ଥାନ ପାଇବ ଏହି ସ୍ଥାନ । ଏଭଳି ପରିକଳ୍ପନା ନେଇ ରାଜ୍ଯ ସରକାର ୧୨ କୋଟି ୩୦ ଲକ୍ଷ ଟଙ୍କା ବ୍ଯୟ ବରାଦ କରିଛନ୍ତି ବିକାଶ ପାଇଁ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କରୁଛନ୍ତି ଏହାର ତଦାରଖ ।

ଗୋପବନ୍ଧୁଙ୍କ ସ୍ମୃତି ରକ୍ଷା ପାଈଁ ରାଜ୍ଯ ସରକାର ଙ୍କ ପକ୍ଷରୁ ଏଭଳି ପଦକ୍ଷେପ ସତ୍ଯବାଦୀ ପାଇଁ ନୂଆ ଇତିହାସ ସୃଷ୍ଟି ହେବ । ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଏହି ମହାତ୍ମ୍ଯା ଙ୍କ ପାଇଁ ଏହା ହେବ ଶେଷ ଶ୍ରଦ୍ଧାଳୀ । ତ୍ୱରିତ ବେଗରେ ଚାଲିଛି ବିକାଶର କାର୍ଯ୍ଯ । ଯଥାଶୀଘ୍ର କାର୍ଯ୍ଯ ଶେଷ ହେଲେ ସ୍ଥାନୀୟ ଲୋକେ ତଥା ରାଜ୍ଯବାସୀଙ୍କ ପାଇଁ ଏହା ହେବ ଶେଷ ସମ୍ମାନ ବୋଲି କହିଛନ୍ତି ଗୋପବନ୍ଧୁଙ୍କ ଅଣନାତି।

ପୀଠର ବିକାଶ ପାଇଁ ପ୍ରଥମ ପର୍ଯ୍ଯାୟରେ ୧୨ କୋଟି ୩୦ ଲକ୍ଷ ଟଙ୍କା ବ୍ଯୟ ବରାଦ କରାଯାଇଛି । ଏଥିରେ ରାସ୍ତାରେ ବିକାଶ ହେବା ସହିତ ଗ୍ରାମ ଆରମ୍ଭରେ ଏକ ଶୈବ ମନ୍ଦିର ନିର୍ମାଣ କରାଯାଉଛି । ଏହାସହ ଗ୍ରାମରେ ନଳକୂପ, ନୂତନ ଗୃହ ଏବଂ ଗୋପବନ୍ଧୁଙ୍କ କୁଳ ଦେବତା ବିନୋଦ ବିହାରୀଙ୍କ ନୂତନ ଗୃହ ସମ୍ମୁଖ ଓ ଚତୁଃପାର୍ଶ୍ୱ ଆକର୍ଷଣୀୟ କରାଯିବ। ସଂଗ୍ରହାଳୟ ନିର୍ମାଣ କାମ, ପୋଖରୀ ଖନନ, ଓଡ଼ିଶାର ସର୍ବ ବୃହତ ଗୋପବନ୍ଧୁଙ୍କ ମୂର୍ତୀ ସ୍ଥାପନ କରାଯିବ ।

ଏହା ସହିତ ଏକ ବିରାଟ ପ୍ରାଚିର ମଧ୍ଯ ନିର୍ମାଣ କରାଯିବ । ଏହାକୁ ଯଥାଶୀଘ୍ର ଶେଷ କରିବା ପାଇଁ ଓବିସିସି ମାଧ୍ଯମରେ କାର୍ଯ୍ଯ କରାଯାଉଛି । କାର୍ଯ୍ଯ କେତେ ବାଟ ଅଗ୍ରଗତି ହେଉଛି ସେ ସମ୍ପର୍କରେପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୁଆଣ୍ଡରେ ପହଂଚି ସ୍ଥିତିର ସମୀକ୍ଷା କରିବା ସହିତ କାର୍ଯ୍ଯକୁ ଯଥାଶୀଘ୍ର ଶେଷ କରିବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମହାନ ଜ ନାୟକ ମହାପୁରୁଷ ସ୍ୱାଧିନତା ସଂଗ୍ରାମୀ ପଣ୍ଡିତ ଗୋପବନ୍ଧୁଙ୍କ ସ୍ମୃତିକୁ ସବୁବେଳେ ପାଇଁ ଉଜ୍ଜିବିତ ରଖିବା ପାଇଁ ରାଜ୍ଯ ସରକାରଙ୍କର ଏହି କାର୍ଯ୍ଯକୁ ନୂତନ ପିଢିଙ୍କୁ ଆଗକୁ ଯିବା ପାଇଁ ନିଶ୍ଚିତ ଭାବରେ ସହାୟକ ହେବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.