ଦେବଗଡ଼: ବାଡ଼ ଯଦି କ୍ଷେତ ଖାଏ କହିବ କାହାକୁ, ମଦ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ଅବକାରୀ ଏସ୍‌ପି

ଦେବଗଡ଼ (କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ଅବକାରୀ ଏସ୍‌ପି । ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଦେବଗଡ଼ ଅବକାରୀ ଅଧୀକ୍ଷକ ଅଜିତ କୁମାର ମହାପାତ୍ର । ଅବକାରୀ ଏଏସଆଇ ମଥୁରା ମୋହନ ପ୍ରଧାନଙ୍କ ଜରିଆରେ ଜଣେ ମଦ ବ୍ୟବସାୟୀଙ୍କ ପାଖରୁ ଦେଢ଼ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ । ଏତିକିବେଳେ ଧରିଥିଲା ଭିଜିଲାନ୍ସ ।

ଏହାପରେ ଦେବଗଡ଼ ସ୍ଥିତ ଅଜିତ ମହାପାତ୍ରଙ୍କ ଅଫିସ ଓ ବ୍ରହ୍ମପୁରରେ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ମଦ ବ୍ୟବସାୟୀଙ୍କ ପାଖରୁ ୩ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ ଅଜିତ ମହାପାତ୍ର । ପ୍ରଥମ କିସ୍ତିରେ ଦେଢଞ ଲକ୍ଷ ଟଙ୍କା ନେବା ବେଳେ ଧରିଛି ଭିଜିଲାନ୍ସ ।

You might also like