ପୁରୀ : ଜଗାକୁ ଦେଖି ଆସିବା ପରେ ଆଖି ବୁଜିଲେ ଭକ୍ତ
ପୁରୀ (କେନ୍ୟୁଜ) : ଜଗାକୁ ଦେଖିଲେ ଆପେ ଆପେ ଭକ୍ତ ଆଖିରେ ବହିଯାଏ ଲୁହ। ଚକାନୟନକୁ ଦେଖିଲେ କାନ୍ଦି ପକାନ୍ତି ଭକ୍ତ। କିନ୍ତୁ ଆଜି ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ଏ ଭକ୍ତ ଜଣଙ୍କ ବୋଧହୁଏ ଜଗା ପାଖକୁ ଯିବାକୁ ପ୍ରାର୍ଥନା କରିଥିଲେ । ସେଥିପାଇଁ ଜଗାଦର୍ଶନ ହୋଇଗଲା ଶେଷ ଦର୍ଶନ। ଶ୍ରୀଜିଉଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରଦ୍ଧାଳୁଙ୍କ ଘର କଟକର ବୋଲି ଜଣାପଡିଛି।
ସୂଚନା ମୁତାବକ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ମନୋହରଲାଲ୍ ପାଟ ଅଗଣାକୁ ଆସିଲା ବେଳେ ଅସୁସ୍ଥ ହୋଇପଡିଥିଲେ। ଶ୍ରୀମନ୍ଦିର କର୍ମଚାରୀ ମାନେ ମନ୍ଦିର ଆମ୍ବୁଲାନ୍ସରେ ଚିକିତ୍ସା ନିମନ୍ତେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।