ନୟାଗଡର ଭକ୍ତ ପବିତ୍ର, ମାନସିକ ପୂର୍ଣ୍ଣ ହେବା ପରେ କାକଟପୁର ମା’ ମଙ୍ଗଳାଙ୍କୁ ଭେଟି ଦେଇଛନ୍ତି ୧୫ଶହ ପଦ୍ମ ଫୁଲ

କାକଟପୁର(କେନ୍ୟୁଜ୍): ପାର୍ବଣ ପାଇଁ ଉତ୍ସବ ମୁଖର କାକଟପୁର ମା’ ମଙ୍ଗଳାଙ୍କ ପୀଠ । ଏହି ଅବସରରେ ମାନସିକ ଧାରି ଭକ୍ତମାନେ ମାନସିକ ପୂର୍ଣ୍ଣ ହେବା ପରେ ମା’ଙ୍କୁ ଭେଟି ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ନୟାଗଡ଼ ଅଞ୍ଚଳରୁ ଆସିଥିବା ଜଣେ ଭକ୍ତ ଦିନକୁ ପ୍ରାୟ ୧୫ଶହ ପଦ୍ମ ଫୁଲ ମା’ଙ୍କୁ ଭେଟି ଦେଉଥିବା ଦେଖିବାକୁ ମିଳିଛି ।

ସେହି ଭକ୍ତ ଜଣଙ୍କ ହେଉଛନ୍ତି ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ରରେ କେମିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ପବିତ୍ର କୁମାର ବରାଳ । ତାଙ୍କ ମାନସିକ ପୂର୍ଣ୍ଣ ହୋଇଥିବାରୁ ପ୍ରତ୍ୟକ ଦିନ ୧୫ଶହ ଫୁଲ ଭେଟି ଦେଉଛନ୍ତି ମା’ଙ୍କୁ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୨୫ ହଜାର ପଦ୍ମଫୁଲ ମା’ଙ୍କୁ ପିନ୍ଧାଇବା ପାଇଁ ମନସ୍ତ କରିଛନ୍ତି ପବିତ୍ର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.