ମହାଶିବରାତ୍ରୀ ଅବସରରେ ମହାବିନାୟକ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ, ଭକ୍ତଙ୍କ ସହ ଉପବାସ ରହିବେ ଠାକୁର

ଯାଜପୁର(କେନ୍ୟୁଜ): ଆଜି ପବିତ୍ର ମହାଶିବରାତ୍ରୀ । ଏନେଇ ବିଭିନ୍ନ ଶୈବପୀଠ ଚଳଞ୍ଚଚଳ । ଜାଗର ଯାତ୍ରା ଲାଗି ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମହାବିନାୟକ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଭୋର ୪ଟାରୁ ମନ୍ଦିର ପହଡ ଖୋଲାଯାଇ ନୀତିକାନ୍ତି ଅନୁଯାୟୀ ଆରମ୍ଭ ହୋଇଛି ମହାଦେବଙ୍କ ପୂଜାର୍ଚ୍ଚନା । ସକାଳୁ ସକାଳୁ ବହୂ ଦୂର ଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ଏହି ପୀଠକୁ । ଏହୀ ପୀଠର ବିଶେଷତ୍ୱ ହେଉଛି ଏଠାରେ ପୂଜା ପାଉଥିବା ପଂଚଦେବତା ଶିବଙ୍କ ସହ ଗଣେଷ, ଭାଷ୍କର, ବିଷ୍ଣୁ, ଦୁର୍ଗା ଉପବାସ ସହ ଉଜାଗର ରହିବା ସହ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଯେଉଁଥିପାଇଁ ନାନା ମନସ୍କାମନା ନେଇ ଅନେକ ଶ୍ରଦ୍ଧାଳୁ ଧାଇଁ ଆସିଛନ୍ତି ଏହି ପୀଠକୁ । ତେବେ ରାତି ୧୨ ଟା ପରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଭକ୍ତମାନେ ଧାଡିରେ ରହି ଶୃଙ୍ଖଳିତ ଭାବେ କିଭଳି ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିଲାଗି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.