ମା’ ମୋର ମନସ୍କାମନା ପୂରଣ କରିଛି ଏ କଷ୍ଟ ତ କିଛି ନୁହେଁ, ଦଣ୍ଡ ପ୍ରଣାମ କରି ତାରିଣୀ ଦର୍ଶନ କଲେ ଭକ୍ତ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ। ନଡ଼ିଆଟିଏ ମାନସିକ କରି ଦେଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ବିଶ୍ୱାସ ନେଇ ବହୁ ଦୂର ଦୂରାନ୍ତରୁ ଭକ୍ତମାନେ ମା’ଙ୍କ ପୀଠକୁ ଆସିଥାନ୍ତି।

 

ghatagaon

ତେବେ ଆଜି ଜଗତସିଂପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ଭକ୍ତ ଅଜୟ ଶତପଥିଙ୍କ ମାନସିକ ପୂରଣ ହୋଇଥିବାରୁ ମାଙ୍କ ମନ୍ଦିର ଠାରୁ ଏକ କିମି ପଛରୁ ରାସ୍ତା ଉପରେ ଦଣ୍ଡ ପ୍ରଣାମ କରି କରି  ଆସି ମାଙ୍କ ଦର୍ଶନ କରିଛନ୍ତି। ତେବେ ମାଙ୍କ ପ୍ରତି ତାଙ୍କର ଅଗାଢ ବିଶ୍ୱାସ ଯୋଗୁ ତାଙ୍କର ମାନସିକ ପୂରଣ ହୋଇଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.