ନା ହୋଇଛି ଭକ୍ତଙ୍କ ସମାଗମ ନା ହୋଇଛି ମାଁଙ୍କ ଦର୍ଶନ, ନିରବୀ ଯାଇଛି କନ୍ଧମାଳ ବଲସ୍କୁମ୍ପା ଠାରେ ଥିବା ବରାଳଦେବୀ ମନ୍ଦିର

ଫୁଲବାଣୀ : ପାର୍ବଣ ଋତୁର ଆଗମନରେ ଚଳଚଞ୍ଚଳ ସମସ୍ତ ଦେବୀ ପୀଠ । ବିଶେଷ କରି ଦଶହରା ସମୟରେ ଜଗତ ଜନନୀ ମାଁ ଦୁର୍ଗା ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା ପାଇଥାନ୍ତି । ଏହି ଅବସରରେ କନ୍ଧମାଳର ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ମଧ୍ଯ ସ୍ଥାୟୀ ଭାବେ ପୂଜା ପାଉଥିବା ବେଳେ ବଲସ୍କୁମ୍ପା ଠାରେ ବରାଳଦେବୀ ମନ୍ଦିରରେ ପୂଜା ପାଇଥାନ୍ତି ମାଁ ବରାଳ ଦେବୀ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ନା ହୋଇଛି ଭକ୍ତଙ୍କ ସମାଗମ ନା ହୋଇଛି ମାଁଙ୍କ ଦର୍ଶନ। କରୋନା ମହାମାରୀ ପାଇଁ ସବୁ କିଛି ନିରବୀ ଯାଇଛି ।

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ୍‌‌ ବଲସ୍କୁମ୍ପା ଠାରେ ରହିଛି ବରାଳଦେବୀ ମନ୍ଦିର । ବରାଳଦେବୀ ମନ୍ଦିରରେ ପୂଜା ପାଇଥାନ୍ତି କନ୍ଧମାଳ ବାସୀଙ୍କ ଅଧିଷ୍ଠାତ୍ରୀ ଦେବା ମାଁ ବରାଳ ଦେବୀ । ବହୁ ପୁରାତନ କାଳରୁ ରହଛି ଏହି ଶକ୍ତପୀଠ । ମାଁ ବରାଳ ଦେବୀଙ୍କୁ ଦର୍ଶନ କଲେ ଭକ୍ତ ମାନେ ଯାହା ମନସ୍କାନା କରିଥାନ୍ତି ତାହା ପୁରଣ ହେଉଥିବାର ବିଶ୍ୱାସ ରହିଛି । ବରାଳ ଦେବୀଙ୍କ ମହିମା ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ବେସ୍‌ ଚର୍ଚ୍ଚିତ । ତେଣୁ ପ୍ରତ୍ଯହ ମାାଁଙ୍କ ଦର୍ଶନ ନିମିତ ଅନେକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଏହି ଶକ୍ତି ପୀଠକୁ ସମାଗମ ହୋଇଥାଏ ।

baraladevi templeବିଶେଷ କରି ଆଶ୍ବିନ ମାସ ଶୁକ୍ଳପକ୍ଷ ୨ୟା ତିଥିରେ ମାଁ ବରାଳ ଦେବୀଙ୍କ ଖଣ୍ଡାବସା ପୂଜା ଆରମ୍ଭ ହୋଇଥାଏ । ନବମୀ ଦିନ ମାାଁଙ୍କୁ ଦର୍ଶନ କରିବା ପାଇଁ ସକାଳୁ ଭକ୍ତ ଓ ମାନସିକ ଧାରୀଙ୍କ ସମାଗମ ହୋଇଥାଏ । ରାତି ସାରା ମାଁଙ୍କୁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ରଙ୍ଗ ବେରଙ୍ଗ କାର୍ଯ୍ଯକ୍ରମ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା କଟଣା ପାଇଁ ସବୁ କାର୍ଯ୍ଯକ୍ରମ ବନ୍ଦ କରାଯାଇଥିବା ବେଳେ ଭକ୍ତଙ୍କ ସମାବେଶକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । କେବେଳ ପୂର୍ବ ରିତିନିତୀ ଅନୁସାରେ ମାଁଙ୍କୁ ପୂଜାର୍ଚ୍ଚନା କରାଯାଇଛି ।

ମାଁ ବରାଳ ଦେବୀଙ୍କ ଶକ୍ତି ପୀଠକୁ ପ୍ରବେଶ କରୁଥିବା ସମସ୍ତ ପଥକୁ ସିଲ୍ କରାଯିବା ସହ ମନ୍ଦିର ପ୍ରାଙ୍ଗଣକୁ ଆବଦ୍ଧ କରାଯାଇ ୩ ପ୍ଳାଟୁନ୍‌‌ ପୋଲିସ୍‌‌ ଫୋର୍ସ ମୂତୟନ କରାଯାଇଥିଲା । ମନ୍ଦିର ଭିତରକୁ କମ୍‌ ସଂଖ୍ଯକ କର୍ମକର୍ତାଙ୍କୁ ପ୍ରବେଶ କରିବା ପାଇଁ ଅନୁମତୀ ଦିଆଯାଇଥିଲା । ଆଇନ୍‌ ଶୃଙ୍ଖଳାର ସ୍ଥିତ ପରଖିଥିଲେ କନ୍ଧମାଳ ଏସ୍‌‌ପି । ଦିନ ତମାମ ଶାନ୍ତି ଶୃଙ୍ଖଳାର ସହ ପୂଜାର୍ଚ୍ଚନା ହୋଇଥିବା କହିଛନ୍ତି ଦାୟିତ୍ୱରେ ଥିବା ଡିଏସପି କୃଷ୍ନ ପ୍ରସାଦ ପଟ୍ଟନାୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.