ଆଜିଠୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ, ବିନା ମାସ୍କରେ ଦେଉଳ ପ୍ରବେଶ ମନା

ପୁରୀ: ଆଜିଠୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ । ନେଗେଟିଭ ସାର୍ଟିଫିକେଟ ନଥିଲେ ମଧ୍ୟ କୋଭିଡ କଟକଣା ପାଇଁ ପ୍ରସ୍ତୁତ ହୋଇଥିବା ଏସଓପିକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ । ପ୍ରତିଦିନ ୩୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ପୁରୀବାସୀଙ୍କ ପାଇଁ ସକାଳ ୬ ଟାରୁ ୭ଟା ସମୟ ମଧ୍ୟରେ ଦର୍ଶନ ବ୍ୟବସ୍ଥା ରହିଥିବା ବେଳେ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ସକାଳ ୭ଟାରୁ ଦର୍ଶନ ବ୍ୟବସ୍ଥା ହୋଇଛି ।

ଭକ୍ତମାନେ ମନ୍ଦିର ପରିସରରେ ଥିବା କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ । ପାନ ତମାଖୁ ଖାଇ ମନ୍ଦିର ପ୍ରବେଶ କରିପାରିବେ ନାହିଁ । ବିନା ମାସ୍କରେ ଦେଉଳ ପ୍ରବେଶ ମନା । ହାତ ସାନିଟାଇଜ ନକଲେ ପ୍ରବେଶ ମନା । ଫୁଲ ଦୀପ ଓ ଭୋଗ ଶ୍ରୀମନ୍ଦିର ଭିତରକୁ ଯିବ ନାହିଁ । ଦେଉଳ ଭିତରେ ଦୀପ ଜାଳି ପାରିବେ ନାହିଁ । ଆନନ୍ଦ ବଜାରରେ ଖାଇପାରିବେନି ଭକ୍ତ । ଶ୍ରୀମନ୍ଦିର ଆଖପାଖରେ ପାର୍କିଂ ହେବନି । ଏଥିପାଇଁ ଜଗନ୍ନାଥ ବଲ୍ଲଭ ପାର୍କିଂ ଷ୍ଟାଣ୍ଡରେ ପାର୍କିଂ ସୁବିଧା କରାଯାଇଛି । ସୁରକ୍ଷା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.