ଧବଳେଶ୍ୱର ଝୁଲାପୋଲରେ ପଡିଲା ତାଲା: ସେତୁ ଅସୁରକ୍ଷିତ ଘୋଷଣା, ଅନିର୍ଦ୍ଦିଷ୍ଟ କାଳ ପାଇଁ ଦର୍ଶନ ବନ୍ଦ

ଆଠଗଡ(କେନ୍ୟୁଜ୍):ଚଳିତ ବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ। ୧୪୪ ଧାରା ଜାରି ହୋଇଥିବାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ନାହିଁ। ଏନେଇ ସୂଚନା ଦେଇଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍‌ପି। ଝୁଲାପୋଲ ଅସୁରକ୍ଷିତ ଘୋଷଣା କରି ତାଲା ପକାଇବା ସହ ୧୪୪ ଧାରା ଜାରି କରାଯାଇଛି । ମରାମତି ପାଇଁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରହିବ ଝୁଲାପୋଲ । ଆମ ପାଇଁ ଯାତ୍ରୀଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସ୍‌ପି କହିଛନ୍ତି। ଗୁଜରାଟ ବ୍ରିଜ ଟ୍ରାଜେଡି ପରେ ଚେତିଛି ଓଡ଼ିଶା ପ୍ରଶାସନ ।

ଝୁଲାପୋଲ ସମ୍ପୁର୍ଣ୍ଣର୍ ମରାମତି ନହେବା ଯାଏ ଧବଳେଶ୍ୱର ପୀଠରେ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କୋଲକାତାରୁ ଆସିଥିବା ବିଶେଷଜ୍ଞ ଟିମ୍‌ ଝୁଲାପୋଲର ସ୍ଥିତି ଯାଞ୍ଚ କରିବା ପରେ ଏହାକୁ ଅସୁରକ୍ଷିତ ଦର୍ଶାଇଥିଲେ । ଏହାପରେ ଆରମ୍ଭ ହୋଇଛି ମରାମତି କାମ। ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ୧୪୪ ଧାରା ଲାଗୁ ହେବା ପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି ସିଦ୍ଧାର୍ଥ କଟାରିଆ।