ମା’ ତାରିଣୀଙ୍କ ସ୍ୱପ୍ନାଦେଶ ପାଇ ଜିଭ କାଟିଲା ଭକ୍ତ ! ସତରେ କଣ ମାନସିକ ହେଉଛି ପୂରଣ

ଘଟଗାଁ : ଅନ୍ଧବିଶ୍ବାସରେ ଅନ୍ଧଗଳିରେ ମଣିଷ ।  ମାନସିକ ପାଇଁ ମା’ ତାରିଣୀଙ୍କ ନିକଟରେ ନିଜ ଜିଭ କାଟିଲେ ଶ୍ରଦ୍ଧାଳୁ ।  କେନ୍ଦୁଝରର ପ୍ରସିଦ୍ଧ ମା’ ତାରିଣୀ ପୀଠରେ ଜଣେ ବୟସ୍କ ଶ୍ରଦ୍ଧାଳୁ ଏପରି ଅଭାବନୀୟ କାଣ୍ଡ ଘଟାଇଛନ୍ତି । ଭକ୍ତଙ୍କର ନାମ ବିଜୟ ପ୍ରଧାନ ଏବଂ ଘର ଗଞ୍ଜାମ ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।  ସେ ଗୁରୁତର ଅବସ୍ଥାରେ ଘଟଗାଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀ ମନ୍ଦିର ପରିସରରେ ଜଣେ ଭକ୍ତ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମାନସିକ ପୂରଣ ଲାଗି ଜିଭ କାଟିଦେଇଛନ୍ତି ।  ଗୁରୁତର ଅବସ୍ଥାରେ ତାଙ୍କୁ ଘଟଗାଁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଭକ୍ତ ଗଞ୍ଜାମ ଅଞ୍ଚଳ ର ବିଜୟ ପ୍ରଧାନ ବୋଲି ସୂଚନା ମିଳିଛି ।  ସେ ମା’ଙ୍କ ସ୍ବପ୍ନାଦେଶ ପାଇ ଜିଭ କାଟି ଥିବା କୁହାଯାଉଛି। ଘଟଗାଁ ମା’ ତାରିଣୀ ମନ୍ଦିର ପରିସରରେ ସନ୍ଧ୍ୟା ଆଳତି ସମୟରେ ନିଜର ଜିଭକୁ ଏକ ଧାରୁଆ ବ୍ଲେଡରେ କାଟି ଦେଇଥିଲେ।  ମନ୍ଦିର କର୍ମଚାରୀ ମାନେ ତାଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରିଥିବା ଜଣାଯାଇଛି ।

ଅନେକ ସମୟରେ ମାଙ୍କ ପାଖରେ ଜିଭ କାଟିଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ଗୁଜବ ପ୍ରଚାରିତ ହୋଇଥାଏ ।  ମନ୍ଦିର ପ୍ରଶାସନ ତରଫରୁ ବାରମ୍ବାର ଏପରି ଗୁଜବର କିଛି ସତ୍ୟତା ନଥିବା କୁହାଯାଉଥିବା ବେଳେ କିଛି ଭକ୍ତ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବାରମ୍ବାର ଏପରି ଘଟାଉଥିବା ଦେଖିବାକୁ ମିଳିଛି ।