ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡ଼ିଆ

କଟକ : ଆଜି ଶ୍ରାବଣ ଶେଷ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡ଼ିଆ । କଟକ  ଆଠଗଡ଼ ଧବଳେଶ୍ୱର ପୀଠ ଓ  ନରସିଂହପୁରର ପ୍ରାଚୀନ ଶୈବ ପୀଠ ତଥା ଅଷ୍ଟଶମ୍ଭୁଙ୍କ ଅଗ୍ରପୂଜ୍ୟ ପ୍ରଭୁ ଚମ୍ପାନାଥଙ୍କ ପୀଠରେ କାଉଡ଼ିଆଙ୍କ ଗହଳି । କିମ୍ବଦନ୍ତୀ ଅନୁସାରେ ଏଠି ଉଭୟ ହରିହର ପୂଜା ପାଉଥିବା ବେଳେ ଭକ୍ତ କଥା ଶୁଣି ପଶ୍ଚିମ ମୁଖା ହୋଇଥିଲେ ।

ବିଶ୍ବାସ ରହିଛି ଶ୍ରାବଣରେ ଯଦିଓ ପଶ୍ଚିମ ମୁଖା ଶୈବ ପୀଠରେ କାଉଡ଼ିଆମାନେ ଜଳ ଲାଗି କଲେ ଯଥାଶୀଘ୍ର ମନସ୍କାମନା ପୂର୍ଣ୍ଣ ହୁଏ । ପୀଠରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ବିଭିନ୍ନ ପ୍ରାନ୍ତରୁ କାଉଡ଼ିଆଙ୍କ ଭିଡ ଜମିଛି । ଚତୁର୍ଦିଗ ଶିବମୟରେ ଭକ୍ତିମୟ ହୋଇଛି  । ଏଠାରେ ଅବସ୍ଥିତ ପୁଷ୍କରିଣୀରେ କଇଁଛ ପୂଜା ପାଇଆସୁଛନ୍ତି । ଜଳ ଲାଗି ବେଳେ କଇଁଛ ମାନଙ୍କୁ ଭୋଗ ଲାଗି କରାଯାଇଥାଏ  ।

ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣୀ ପୀଠର ଶତାଧିକ ବୋଲବମ୍ ଭକ୍ତ ଜଳ ଲାଗି କରିଛନ୍ତି । କଟକ, ଭୁବନେଶ୍ୱର, ଭଳି ଦୂର ଦୁରନ୍ତରୁ ବୋଲବମ ଭକ୍ତ ଆରଡ଼ିରେ ପହଞ୍ଚି ଜଳଲାଗି କରି ନିଜର ବ୍ରତ ଭଙ୍ଗିଛନ୍ତି । ଏହାସହ ଆଜି ରାକ୍ଷୀ ପୂର୍ଣ୍ଣିମା ଥିବାରୁ ପୀଠରେ ଭକ୍ତଙ୍କ ଭିଡ ଲାଗିଛି । ଭକ୍ତମାନେ ଆଖଣ୍ଡଳମଣୀ ଙ୍କ ପାଖରେ ନିଜ ନିଜର ମାନସିକ ଭୋଗ ଲାଗି କରିଛନ୍ତି ।

You might also like