ନୂଆ ବର୍ଷ ଲାଗି ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ଼, ପ୍ରବଳ ଭକ୍ତଙ୍କ ସମାଗମ ହେବାର ରହିଛି ଆଶଙ୍କା

ପୁରୀ : ନୂଆ ବର୍ଷ ଲାଗି ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ଼।  ଶ୍ରୀ ମନ୍ଦିର ମହାପ୍ରଭୁ ଙ୍କ ଦର୍ଶନ ଲାଗି ଭକ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି ।  ଶ୍ରୀ ମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସକ ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିରରେ‌ ପ୍ରବଳ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି ।

ଭକ୍ତଙ୍କ ପ୍ରବଳ ସମାଗମ କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।  ଡିସେମ୍ବର ୩୧ ଓ ଜାନୁଆରି ୧ତାରିଖରେ ନୀତି କାନ୍ତି ଶୃଙ୍ଖଳିତ ନେଇ ବିଶେଷ ଭାବେ ସେବାୟତ ମାନଙ୍କ କରାଯାଇଛି ଆଲୋଚନା । ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରବେଶ ଓ ପ୍ରସ୍ଥାନ ଉପରେ ନିଷ୍ପତ୍ତି ନିଆଯିବ।  ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାଇ ନାଟ ମଣ୍ଡପ ନିକଟରେ ହୁଣ୍ଡି ସ୍ଥାନାନ୍ତରଣ କରାଯିବ ।  ରାଜ୍ୟସରକାରଙ୍କ ଚୂଡାନ୍ତ ନିଷ୍ପତି ପରେ ହୁଣ୍ଡିକୁ ସ୍ଥାନାନ୍ତରଣ କରାଯିବ ।

ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ଧାଡି ଦର୍ଶନ କୁ ମଧ୍ୟ ସ୍ଥଗିତ ରଖାଯାଇଛି । ସେହିପରି ଡିସେମ୍ବର ୩୧ ଓ ଜାନୁୟାରୀ ୧ ତାରିଖ ଇଂରାଜୀ ନୂଆବର୍ଷ ଉପଲକ୍ଷେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ଦର୍ଶନ ପାଇଁ କେବଳ ସିଂହଦ୍ବାର ଦେଇ ପ୍ରବେଶ ଏବଂ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି ।  ସାଧାରଣ ଭକ୍ତ ମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ ଦ୍ବାର ଦେଇ ପ୍ରବେଶ କରି ପାରିବେ ନାହିଁ ।

ଏହି ବ୍ୟବସ୍ଥା ସେବାୟତ ମାନଙ୍କ ପାଇଁ ଲାଗୁ ହେବ ନାହିଁ ସେବାୟତ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ବାରରେ ପ୍ରବେଶ କିମ୍ବା ପ୍ରସ୍ଥାନ କରି ପାରିବେ ।  ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନିଆଯାଇଥିବା ଏହି ବ୍ୟବସ୍ଥା ପାଇଁ ଆମେ ସମସ୍ତଙ୍କର ସହଯୋଗ କାମନା କରିଛି ଶ୍ରୀ ମନ୍ଦିର ପ୍ରଶାସନ ।

ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରବେଶ ଓ ପ୍ରସ୍ଥାନ ଉପରେ ନିଷ୍ପତ୍ତି ନିଆଯିବ। ଦର୍ଶନ ପାଇଁ କେବଳ ସିଂହଦ୍ବାର ଦେଇ ପ୍ରବେଶ ଏବଂ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସାଧାରଣ ଭକ୍ତ ମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ ଦ୍ବାର ଦେଇ ପ୍ରବେଶ କରି ପାରିବେ ନାହିଁ । ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସ୍ବତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ମେଡିକାଲ ଛକରୁ ଶ୍ରୀମନ୍ଦିର ନୋ ଭେହିକିଲ୍ ଜୋନ୍। ଏହାସହ ସହରର ସମସ୍ତ ପ୍ରବେଶ ପଥରେ ପୋଲିସ ପକ୍ଷରୁ ଯାଞ୍ଚ କରାଯିବ।

ଶ୍ରୀମନ୍ଦିର ପରିସରରେ ୨ ଭାଗରେ ପୁଲିସ ମୁତୟନ ହୋଇଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ। ବିଭିନ୍ନ ସ୍ଥାନରେ ପୁଲିସ ତରଫରୁ ନାକାବନ୍ଦୀ କରାଯାଇଛି । ଏହାସହ ସମୁଦ୍ର କୂଳରେ ସ୍ୱତନ୍ତ୍ର ଆଉଟ ପୋଷ୍ଟ ବ୍ୟବସ୍ଥା ହୋଇଛି ।