ବଡ଼ଓଷା ପାଇଁ ଚଳଚଞ୍ଚଳ ଧବଳେଶ୍ବର ପୀଠ, ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଆଠଗଡ : ବଡ଼ଓଷା ପାଇଁ ଚଳଚଞ୍ଚଳ ଧବଳେଶ୍ବର ପୀଠ। ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ଗତକାଲି ରାତ୍ରରେ ହରିହର ଭେଟ ପରେ ମଧ୍ଯ ରାତ୍ରିର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ। କଳା ବଳଦ କୁ ଧଳା କରିଥିବା ବାବା ଧବଳେଶ୍ଵରଙ୍କ ଅତି ପ୍ରିୟ ପର୍ବ ବଡ଼ଓଷା ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଏହି ଅପୂର୍ବ ଗଜଭୋଗ ଓ ତରଣ । ଏହି ଅପୂର୍ବ ଭୋଗକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ପାଇ ବେଶ୍ ଆନନ୍ଦିତ। ଆଜି ଗଜଭୋଗ ପାଇ ବ୍ରତ ଉଦଯାପନ କରିବେ ବ୍ରତଧାରି ଭକ୍ତ ମାନେ। ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅଧିକ ସୂଚନା ଦେଉଛନ୍ତି ଆଠଗଡ଼ ରିପୋର୍ଟର ବିଶ୍ୱଜିତ୍ ରାଉତ।

You might also like