ଦ୍ୱିତୀୟ ସୋମବାର ପାଇଁ ଚଳ ଚଞ୍ଚଳ ଶୈବପୀଠ, ଜଳଲାଗି କରିଛନ୍ତି ଶତାଧିକ କାଉଡିଆ

ବେଗୁନିଆ : ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ଏହି ଅବସରରେ ବୋଲଗଡ଼ ବାଂକୋଇ ସ୍ଥିତ ବାବା ତାରେଶ୍ୱର ମହାଦେବଙ୍କ ପୀଠରେ ଶତାଧିକ କାଉଡିଆ ଜଳଲାଗି କରିଛନ୍ତି । ସେହିପରି ବେଗୁନିଆ ଅଟ୍ରି ବାବା ହାଟକେଶ୍ୱର ମହାଦେବ, ଗୋଡାର ଲୋକନାଥଦେବଙ୍କ ନିକଟରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ଜଳଧାରୀ ଭକ୍ତମାନେ ମହାନଦୀ ବାଙ୍କୀ ଏବଂ ବୈଦେଶ୍ଵର, କଣ୍ଟିଲୋ ଘାଟ ଆଦିରୁ କଳସରେ ପାଣି ଆଣି ଗତ ରାତିରୁ ପହଞ୍ଚିଥିବାବେଳେ ଆଜି ଭୋର ୩ ଟାରୁ ମନ୍ଦିର ପହଡ ଖୋଲିବା ପରେ ଜଳଲାଗି କରିଛନ୍ତି ।  କଉଡ଼ିଆଙ୍କ ସୁରକ୍ଷା ଦୃଷ୍ଟିରୁ ବାଙ୍କୋଇ ଯୁବକ ସଙ୍ଘ ଏବଂ ମନ୍ଦିର କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା ସହିତ ଦହିପଣା ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ।