ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର, କାଉଁରିଆ କାଠି ଜାଳିଛନ୍ତି ଶ୍ରଦ୍ଧାଳୁ

ପୁରୀ : ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର ।  ପୁରୀ ଶ୍ରୀମନ୍ଦିର ଆଗରେ ଆଜି ଲୋକମାନେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଛନ୍ତି  ।  ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେଇଛନ୍ତି ।  ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ଜଗା ଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିଛନ୍ତି ଶ୍ରଦ୍ଧାଳୁ ।ଶ୍ରୀମନ୍ଦିରରେ ଦୀପାବଳି ଅମାବାସ୍ୟା ନୀତି ଅନୁଷ୍ଠିତ ହୋଇଛି । ଆଜି  ହିଁ ପିତୃ ପୁରୁଷଙ୍କ ପାଇଁ ଦୀପଦାନ ଓ ପୟା ଶ୍ରାଦ୍ଧ କରାଯିବନେଇ ସୂଚନା ଦେଇଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ।

ପୟା ଶ୍ରାଦ୍ଧ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ୨୬ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ୩ ଜଣ ଅତିରିକ୍ତ ଏସପି,୧୧ ଡ଼ିଏସପି ଓ ୧୮ ଜଣ ଇନ୍ସପେକ୍ଟର ମୁତୟନ ରହିଛନ୍ତି ।

You might also like