ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ, ନାମ ସଂକୀତ୍ତର୍ନରେ କମ୍ପୁଛି ପରିବେଶ
ଭଦ୍ରକ : ମା’ ଭଦ୍ରକାଳୀଙ୍କ ରାଜରାଜେଶ୍ବରୀ ବେଶ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ସପ୍ତମାତୃକା ବେଶର ଆଜି ୩ୟ ଦିନରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି । ମା’ଙ୍କ ଏହି ବେଶ ଦର୍ଶନ କରିବାକୁ ପୀଠରେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଛି । ମୁଖ ମଣ୍ଡଳ ପଦ୍ମବର୍ଣ୍ଣ ଥିବା ବେଳେ ଚର୍ତୁହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମକୁ ଧାରଣ କରି ଚତୁର୍ଦ୍ଧା ମୂତ୍ତିର୍ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ମା’ କମଳା ପାଟବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି । ପୀଠରେ ରୀତୀନିତି ଅନୁଯାୟୀ ବିଶ୍ଵଶାନ୍ତି ମହାଯଜ୍ଞରର ଆହୂତି ଓ ପୂଜା କରାଯାଉଛି । ଗୀତା ପାଠ, ଚଣ୍ଡୀ ପାଠ, ବେଦ ପାଠ, ନାମ ସଂକୀତ୍ତର୍ନରେ କମ୍ପୁଛି ପରିବେଶ । ଚତୁର୍ଥ ଦିନରେ ମା’ଙ୍କର ସିଂହବାହିନୀ ବେଶ ପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।