ରକ୍ତ ରଞ୍ଜିତ ହେଲା ମାଣିକେଶ୍ୱରୀଙ୍କ ପୀଠ, ପଡ଼ିଲା ୧୦ ହଜାର ପଶୁବଳି

କଳାହାଣ୍ଡି : ଆସିଛି ପାର୍ବଣ ଋତୁ ପୀଠ ଠାରୁ ଆରମ୍ଭ କରି ମଣ୍ଡପ ସବୁଠି ମହାଆଡମ୍ବର ସହ ଚାଲିଛି ଦେବୀଙ୍କ ପୂଜାର୍ଚ୍ଚନା । ମଣ୍ଡପମାନଙ୍କରେ ଆଜି ଜଗତଜନନୀ ମା’ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଥିବା ପାଉଛନ୍ତି । ସେପଟେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଚାଲିଛି ଷୋଡ଼ଶପୂଜା ସହ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା । ଦିନ ୧୨ଟା ପରେ ରାଜବାଟି ସ୍ଥିତ ମାଆ ମାଣିକେଶ୍ବରୀ ମନ୍ଦିରରେ ପହଞ୍ଚିଛି ଛତର ।
ସେହି ପରମ୍ପରା ଅନୁଯାୟୀ ଆଜି ନବରାତ୍ର ସମେତ ମାଙ୍କ ଷୋଡ଼ଶଦିନାତ୍ମକ ଅଷ୍ଟମୀରେ ମା‘ଙ୍କ ନିକଟରେ ୧୦ ହଜାର ପଶୁବଳି ଦେଇଛନ୍ତି ମାନସିକଧାରୀ । ଫଳରେ ରକ୍ତ ରଞ୍ଜିତ ହୋଇଛି ମା’ଙ୍କ ପୀଠ । ଆଜି ସକାଳୁ ସକାଳୁ ମାଣିକେଶ୍ଵରୀଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । କିଏ ଛେଳି ନେଇ ମା’ଙ୍କ ମନ୍ଦିରରେ ପହଞ୍ଚିଥିଲା ତ ପୁଣି ଆଉ କିଏ ଧୂପଦୀପ ଦେଇ ମା’ଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ବିଶ୍ବାସ ରହିଛି ମାନଙ୍କ ନିକଟରେ ମାନସିକ କଲେ ତାହା ପୂରଣ ହୋଇଥାଏ । ଆଉ ସେହି ମାନସିକ ପୂରଣ ପରେ ଭକ୍ତ ମାନେ ଶାନ୍ତି ଓ ମୈତ୍ରିର ପ୍ରତୀକ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡାଇଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ମାନସିକଧାରୀ ଭକ୍ତଙ୍କ ଭିଡ଼ ଜମିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।