ଭଞ୍ଜନଗରରେ କୋଟିପତି ଡିଏଫଓ ଗିରଫ !

ଭଞ୍ଜନଗର : ପୁଣି ଥରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଡ଼ିଏଫଓ। ଦକ୍ଷିଣ ଘୁମୁସର ଡିଏଫଓ ବିଜୟକେତନ ଆଚାର୍ୟ୍ୟଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ ଗିରଫ କରିଛି। ବିଜୟକେତନଙ୍କ ସରକାରୀ ବାସଭବନ ଓ କାର୍ୟ୍ୟାଳୟରେ ରେଡ୍ କରାଯାଇଥିଲା। କଟକ ଓ ଭୁବନେଶ୍ୱର ସମେତ ମୋଟ୍ ୫ଟି ସ୍ଥାନରେ ଚଢାଉ ହୋଇଥିଲା। ଭୁବନେଶ୍ୱରରେ ଥିବା ତାଙ୍କର ଦୁଇଟି ବ୍ୟାଙ୍କ ଲକରରୁ ମିଳିଛି ୧ କେଜି ୮୮ ଗ୍ରାମ ସୁନା ଏବଂ ନଗଦ ୧୬ ଲକ୍ଷ ୮୬ ହଜାର ଟଙ୍କା। ତାଙ୍କର ମୋଟ ସମ୍ପତ୍ତି ୩ କୋଟି ୨୨ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି।

You might also like