କାଲିଠୁ ଡିଜି ଓ ଆଇଜି ସମ୍ମିଳନୀ: ରାଜଧାନୀକୁ ଜଗିଵେ ୮୫ ପ୍ଲାଟୁନ ଫୋର୍ସ, ଭୁବନେଶ୍ୱରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା

ଭୁବନେଶ୍ବର: କାଲିଠାରୁ ଭୁବନେଶ୍ବରରେ ସର୍ବଭାରତୀୟ ଡିଜି ଓ ଆଇଜି ସମ୍ମିଳନୀ । ଉଦଘାଟନ କରିବେ ଅମିତ ଶାହ। ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ । ମୋଟ ୯୦ ଜଣ ଡିଜିପି ଓ ଆଇଜିପି ଯୋଗ ଦେବେ। ଏମାନେ ଆଜି ଆସି ଭୁବନେଶ୍ବରରେ ପହଞ୍ଚିବେ। ଆସନ୍ତାକାଲି ପହଞ୍ଚିବେ ଅମିତ ଶାହ ଓ ନରେନ୍ଦ୍ର ମୋଦି । ପ୍ରାୟ ୩୦୦ ପଦାଧିକାରୀ ୩ ଦିନ ଧରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ରହିବେ। ସମ୍ମିଳନୀ ପାଇଁ ପୂରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା । ୩ ଦିନିଆ ସମ୍ମିଳନୀ ପାଇଁ ଭୁବନେଶ୍ବର ପୋଲିସ ଛାଉଣୀ । ସାରା ସହରରେ ସୁରକ୍ଷା କଡ଼ାକଡ଼ି। ବିମାନବନ୍ଦର, ଲୋକସେବା ଭବନ, ରାଜଭବନ, ରାଜ୍ୟ ଅତିଥି ଭବନ ସହିତ ସହର ପ୍ରମୁଖ ସ୍ଥାନ ଗୁଡିକ ପୋଲିସର ସ୍କାନରରେ ରହିବ ।  ପୁରା ଭୁବନେଶ୍ୱରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି ।

ବିମାନବନ୍ଦର, ଲୋକସେବା ଭବନ, ରାଜ୍ୟ ଅତିଥି ଭବନ, ରାଜଭବନ, ମୈତ୍ରୀବିହାର, ଆଇପିଏସ୍ ମେସ୍ ଓ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କମିଶନରେଟ ପୋଲିସ ପକ୍ଷରୁ ନୋ ଫ୍ଲାଇଂ ଜୋନ୍ କରାଯାଇଛି । ଭୁବନେଶ୍ବରକୁ ପାଖାପାଖି ୮୫ ପ୍ଲାଟୁନ ଫୋର୍ସ ଜଗିଵେ। ଏୟାରପୋର୍ଟ, ଅତିଥିଙ୍କ ରହଣୀ ସ୍ଥାନ ଓ ଲୋକସେବା ଭବନ ସମ୍ମିଳନୀ କକ୍ଷ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ବିଭିନ୍ନ ରାଜ୍ୟର ପୋଲିସ ଡିଜି, କେନ୍ଦ୍ରୀୟ ସୁରକ୍ଷା ବାହିନୀର DG, ସୀମା ସୁରକ୍ଷା ବଳ ଡିଜି, ଏନସିବି ଡିଜି ପ୍ରମୁଖ ରାଜ୍ୟ ଅତିଥିଭବନରେ ରହିବେ। ଏଥିପାଇଁ ଅତିଥି ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

You might also like