Categories: ରାଜ୍ୟ

କଟକରେ ଆଇନଜୀବୀ-ପୋଲିସ ବିବାଦ : ଡିଜିଙ୍କ ସହ ଆଲୋଚନା କଲେ ହାଇକୋର୍ଟ ବାର୍‌ ଆସୋସିଏସନ କର୍ମକର୍ତ୍ତା

କଟକ : କଟକରେ ଆଇନଜୀବୀ-ପୋଲିସ ବିବାଦ ପ୍ରସଙ୍ଗରେ ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ହାଇକୋର୍ଟ ବାର୍‌ ଆସୋସିଏସନ ଏବଂ ପୋଲିସ ହାବିଲଦାର, କନଷ୍ଟେବଳ ମହାସଂଘ ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଛି । ସମସ୍ତଙ୍କ ମଧ୍ୟରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ସେପଟେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଇନଜୀବୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ DG ନିବେଦନ କରିଛନ୍ତି । ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସେ ଆଶା କରିଛନ୍ତି ।

ଏପଟେ ଆଲୋଚନା ସକାରାତ୍ମକ ହୋଇଛିା ଏବଂ ୨ ଦିନ ମଧ୍ୟରେ ବିବାଦର ସମାଧାନ ହେବ ବୋଲି ପୋଲିସ ହାବିଲଦାର, କନଷ୍ଟେବଳ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । କଟକ ସ୍ଥିତ ସିନିଅର ପୋଲିସ ଅଫିସର୍ସ ମେସ୍‌ରେ ବୈଠକରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି, କଟକ DCP ଅଖିଳେଶ୍ୱର ସିଂହ ବାର୍‌ ଆସୋସିଏସନ୍‌ ସଭାପତି ଓ ସମ୍ପାଦକଙ୍କ ସମେତ ଅନ୍ୟ ବାର୍‌ ଆସୋସିଏସନ୍‌ କର୍ମକର୍ତ୍ତା ଏବଂ ପୋଲିସ ହାବିଲଦାର, କନଷ୍ଟେବଳ ମହାସଂଘର ସଭାପତି ଉପସ୍ଥିତ ଥିଲେ ।

ଅନ୍ଯପଟେ ମାମଲାରେ ଆସନ୍ତାକାଲି ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ । ଏହି ମାମଲାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ତଦନ୍ତ ଚାଲିଥିବାବେଳେ ପୋଲିସ କର୍ମଚାରୀଙ୍କୁ ଉପରୁ ନିଲମ୍ବନ ପ୍ରତ୍ୟାହାର ନେଇ ପ୍ରଶ୍ନ କରିଥିଲେ ହାଇକୋର୍ଟ । କାହିଁକି ଓ କିପରି ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲା ସେ ବାବଦରେ ସୋମବାର ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ଆସନ୍ତାକାଲି ପର‌୍ୟ୍ୟନ୍ତ ଓକିଲଙ୍କ ଆନ୍ଦୋଳନ ଜାରି ରହିବ । ଆସନ୍ତାକାଲି ଅପରାହ୍ନ ୨ଟାରେ ପୁଣି ବସିବ ହାଇକୋର୍ଟ ବାର୍‌ ଆସୋସିଏସନ ବୈଠକ । ସେଥିରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ଯ, କଟକରେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ମରା ଘଟଣାରେ ଗତ ଅଗଷ୍ଟ ୨୯ ତାରିଖରୁ ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ଗିରଫ ଦାବି କରୁଛନ୍ତି ଆଇନଜୀବୀ । ଏଭିତରେ ଦୁଇ ମାସରୁ ଅଧିକ ଦିନ ହେଲାଣି । ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

6 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

9 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

13 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

25 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

42 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago