ଭିଜିଲାନସ ଜାଲରେ DGM, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭିଜିଲାନସ ଜାଲରେ ଓଡିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡିଜିଏମ ।  ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ବ୍ରହ୍ମପୁରର ଏକକାଳୀନ ୪ଟି ସ୍ଥାନରେ ଚଢାଉ କରାଯାଇଛି।  ବ୍ରହ୍ମପୁର ଡିଭିଜନ ଡିଜିଏମ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନସ । ଭୁବନେଶ୍ୱର ଓ ବ୍ରହ୍ମପୁରର ଚାରୋଟି ସ୍ଥାନରେ ଚାଲିଛି ଚଢ଼ାଉ ।

ଏକକାଳୀନ ଚଢ଼ାଉ କରୁଛି ୪ଟି ଟିମ୍ ।  ଭୁବନେଶ୍ୱର ଆଇଗଣିଆ ଓ ମଞ୍ଚେଶ୍ୱର ଘର, ବ୍ରହ୍ମପୁର ଖାରବେଳନଗର ଭଡା ଘର ଏବଂ ବ୍ୟାଙ୍କ କଲୋନୀରେ ଥିବା କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇଛି ।  ତଦନ୍ତ ବେଳେ କିଛି ବ୍ୟାଙ୍କ ପାସ୍ ବୁକ୍ ସହିତ ସୁନା ଗହଣା ଜବତ ହୋଇଛି ।  ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚଢ଼ାଉରେ ୫ଜଣ DSP, ୭ଜଣ ଇନିସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

You might also like