ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଗସ୍ତରେ ଡିଜିପି। ତୁଳସୀ ପାହାଡ଼ରେ ଏନକାଉଣ୍ଟର ପରେ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ। ଗତକାଲି ଦିନ ତମାମ ଜଙ୍ଗଲରେ ଚାଲିଥିଲା କମ୍ବିଂ ଅପରେସନ୍। ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ଡିଜିପି। କାଲି ପୋଲିସ ଗୁଳିରେ ଟଳିଥିଲେ ୨ ମହିଳାଙ୍କ ସମେତ ୩ ମାଓବାଦୀ । SOG ଓ DVF ଯବାନଙ୍କ ଅପରେସନ ବେଳେ ମିଳିଥିଲା ସଫଳତା। କମ୍ବିଂ ଅପରେସନ୍ ଶେଷ ପରେ ଯବାନମାନେ ୩ ମାଓବାଦୀଙ୍କ ମୃତଦେହ ଓ ଜବତ ମାଓ ସାମଗ୍ରୀ ଧରି ଫେରିଛନ୍ତି।
ସୂଚନା ଥାଉକି ଗତକାଲି ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ମିଳିଥିଲା ବଡ଼ ସଫଳତା । ପୋଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ସାମିଲ୍ ଥିଲେ । AOB ସଙ୍ଗଠନର ହୋଇଥିବା ନେଇ ସୂଚନା ମିଳିଥିଲା ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ଼ରେ ମୁହାଁମୁହିିଁ ହୋଇଥିଲେ ପୋଲିସ-ମାଓବାଦୀ । ପାହାଡ଼ ଉପରେ ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏତିକିବେଳେ DVF ଓ SOG କ୍ୟାମ୍ପ ଉପରେ ହଠାତ୍ ଗୁଳି ମାଡ କରିଥିଲେ ମାଓବାଦୀ ।
ମାଲକାନଗିରି ଏସ୍ପି ପ୍ରହ୍ଲାଦ ମୀନାଙ୍କ ନେତୃତ୍ୱରେ ଗତ ୧୦ ତାରିଖ ରାତିରୁ କମ୍ବିଂ ଅପରେସନ୍ କରାଯାଇଥିଲା । ପୋଲିସର କାଉଣ୍ଟର ଫାୟାରିଂକୁ ସାମ୍ନା କରି ନପାରେ ମାଓନେତା ସୁନୀଲ ସହ ଆଉ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଦିନ ରାତି ଅହରହ କମ୍ବିଂ ଅପରେସନ୍ ଜାରି ରହିଥିବା ନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଥିଲେ ।
ଅନ୍ଯପଟେ ଦେଖିବାକୁ ଗଲେ କମି କମି ଆସୁଛି ମାଓବାଦୀଙ୍କ ସଂଖ୍ୟା। ମାଓବାଦୀମାନେ ମାଓକାର୍ଯ୍ୟକୁ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେଲେଣି। କିଛି ଦିନ ମଧ୍ୟରେ ବହୁ ସଂଖ୍ୟାରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତେବେ ମାଓ ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି।