ମୀନାକ୍ଷୀ ମିଶ୍ର ମୃତ୍ୟୁ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ, IG ପୋଲିସ ରେଖା ଲୋହାନୀଙ୍କୁ ଦିଆଯାଇଛି ଦାୟିତ୍ୱ
ଭୁବନେଶ୍ବର: ମୀନାକ୍ଷୀ ମିଶ୍ର ମୃତ୍ୟୁ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ। ପୋଲିସ ଡିଜି ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। IG ପୋଲିସ ରେଖା ଲୋହାନୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। କେଉଁ ପରିସ୍ଥିତିରେ ଆତ୍ମାହୁତି କରିଥିଲେ ସେନେଇ କାରଣ ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ମାମଲାରେ ପୁଅର ଗିରଫଦାରୀ ପ୍ରତିବାଦରେ ଗତ ୧୨ ତାରିଖରେ ଗୁହାରୀ କରିବାକୁ ଯାଇ ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ମେଡିକାଲ ପରେ କଟକ ଶେଷରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୧୦ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଗତ ୨୨ ତାରିଖରେ ଶେଷରେ ଆଖି ବୁଜିଥିଲେ ମିନାକ୍ଷୀ ।