ଢାବା ଉପରେ ଅବକାରୀ ବିଭାଗର ଚଢାଉ ବେଳେ ଲାଗିଗଲା ନିଆଁ

ଆନନ୍ଦପୁର(କେନ୍ଯୁଜ୍) : ଘଷିପୁରା ଥାନା ଅନ୍ତର୍ଗତ କୋଳିମାଟି ରେ ଅବକାରୀ ବିଭାଗ ର ଚଢାଉ ବେଳେ ଅଘଟଣ । ଏକ ଢାବା ରେ ମାଦକ ଦ୍ରବ୍ୟ ଯାଞ୍ଚ୍ ପାଇଁ ଚଢ଼ାଉ କରାଯାଇଥିଲା । ତେବେ ଯାଞ୍ଚ୍ କରୁଥିବା ବେଳେ ହଠାତ୍ ଢାବା ରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ତେବେ ସ୍ଥାନୀୟ ଲୋକେ ଓ ଅବକାରୀ କର୍ମଚାରୀ ମାନେ ମିଳିତ ଭାବେ ନିଆଁ କୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ରେ ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଢାବା ମାଲିକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି ଘଟଣା କୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।