ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, ନଭେମ୍ବର ୩ରେ ଉପନିର୍ବାଚନ

ଭୁବନେଶ୍ବର(କେନ୍ୟୁଜ୍):  ଧାମନଗର ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି । ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ । ଏନେଇ ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ଜାରି ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ । ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ନଭେମ୍ବର ୩ରେ ଭୋଟ ନିଆଯିବ । ନଭେମ୍ବର ୬ ତାରିଖରେ ଗଣତି ପରେ ବାହାରିବ ଫଳାଫଳ । ଦିଂବଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି ପଡ଼ିଛି ।

୨୦୧୯ ବିଧାନସଭା ନିର୍ବାଚନରେ ୪ହଜାର ୬୨୫ ଭୋଟ୍‌ ବ୍ୟବଧାନରେ ଜିତିଥିଲେ ବିଷ୍ଣୁ ସେଠୀ । ତାଙ୍କୁ ମିଳିଥିଲା ୮୦ହଜାର ୧୧୧ ଭୋଟ୍‌ । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୭୫ହଜାର ୪୮୬ ଭୋଟ୍‌ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଜେନାଙ୍କୁ ମିଳିଥିଲା ୭ହଜାର ୩୦୩ ଖଣ୍ଡ ଭୋଟ୍‌ । ୨୦୧୯ ବିଧାନସଭା ନିର୍ବାଚନ ପରେ ଏଯାଏଁ ରାଜ୍ୟରେ ୫ଟି ଉପନିର୍ବାଚନ ହେଲାଣି । ସବୁଠୁ ଉଡ଼ିଛି ବିଜେଡିର ବିଜୟ ବାନା । ବିଜେପି ସିଟ୍‌କୁ ବି ବିଜେଡି ଛଡ଼ାଇ ଆଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.