ଧାମନଗର ଉପନିର୍ବାଚନ: ରାଜନୀତି ସରଗରମ, ଆରମ୍ଭ ହେଲାଣି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ଭଦ୍ରକ (କେନ୍ୟୁଜ) : ବଢୁଛି ଧାମନଗର ଉପନିର୍ବାଚନ ପାଇଁ ଉଷ୍ମତା । ଆରମ୍ଭ ହେଲାଣି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ଏବେଠୁ ଧାମନଗରରେ ଡେରା ପକାଇଲେଣି ବିଭିନ୍ନ ଦଳର ହେଭିୱେଟ ନେତା । ହେଲେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି । ବିଜେଡି କହିଛି ଠିକ ସମୟରେ ପ୍ରାର୍ଥୀଙ୍କ ବାବଦରେ ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ । ଉପନିର୍ବାଚନରେ ପ୍ରାର୍ଥୀ ପାଇଁ ବିଜେଡିର ଆଶାୟୀଙ୍କ ସଂଖ୍ୟା ବଢୁଛି ।

ରେସରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଶରତ ଦାସ, ସଞ୍ଜୟ ଦାସ ଓ ଜିଲ୍ଲା ଦଳିତ ମହାସଙ୍ଘ ସଭାପତି ରାଜେନ୍ଦ୍ର ଜେନା ଅଛନ୍ତି । ଧାମନଗରରେ ବିଜେଡିର ଜନସଂପର୍କ ପଦଯାତ୍ରା ଉପନିର୍ବାଚନ ବାତାବରଣକୁ ସରଗମ କରିଛି । ସେହିପରି ଭଦ୍ରକ ଜିଲ୍ଲାରେ ଡେରା ପକାଇଛନ୍ତି ବିଜେପିର ବରିଷ୍ଠ ନେତା । ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ପ୍ରଭାରୀ ଡିି ପୁରନ୍ଦେଶ୍ୱରୀ, ମନମୋହନ ସାମଲ ପ୍ରମୁଖ ଏବେ ଧାମନଗରରେ ସ୍ଥିତି ସମୀକ୍ଷା କରିଛନ୍ତି । ଦିବଂଗତ ବିିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ଏବେ ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନେତାଙ୍କ ସହ ପ୍ରଚାର ଆରମ୍ଭ କଲେଣି । ତାଙ୍କୁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ଅନ୍ୟପଟେ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ କଂଗ୍ରେସ ଏକ ୫ ଜଣିଆ କମିଟି ଗଠନ କରିଛି । କମିଟି ରିପୋର୍ଟକୁ ଏଆଇସିସିକୁ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.