ଧାନଚେଙ୍ଗଡାରେ ଦୁଇ ପୁଅକୁ ହତ୍ୟା ଘଟଣା, ହତ୍ୟାକାରୀ ବାପା ଓ ଜେଜେମାକୁ ନେଇ ହେଲା ସିନ୍ ରିକ୍ରିଏସନ୍‌

ନୟାଗଡ଼ : ବହୁ ଚର୍ଚ୍ଚିତ ଫତେଗଡ ଥାନା ଅଧିନ ଧାନଚାଙ୍ଗଡ଼ା ଗାଁର ଡବଲ ମର୍ଡର ଘଟଣାରେ କ୍ରାଇମସିନ ରିକ୍ରିଏସନ । ହତ୍ୟାକାରୀ ବାପା ଓ ଜେଜେମାଆକୁ ନେଇ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଦ୍ୱିତୀୟ ବିବାହକୁ ବିରୋଧ କରିବାରୁ ୨ ପୁଅଙ୍କୁ ମାରି ଝୁଲାଇ ଦେଇଥିଲା ରାକ୍ଷସ ବାପା । ତଦନ୍ତ ପରେ ସତ ଓଗାଳିଥିଲା ଅଭିଯୁକ୍ତ ବାପା ସହ ଜେଜେ ମା’ ।

ସୂଚନା ଅନୁସାରେ ଗତ ୯ ତାରିଖରେ ଫତେଗଡ଼ ଥାନା ଧାନଚେଙ୍ଗଡା ଗାଁରେ ହତ୍ୟାକାଣ୍ଡ ଘଟିଥିଲା । ଦ୍ବିତୀୟ ବିବାହକୁ ବିରୋଧ କରିବାରୁ ଦୁଇ ପୁଅଙ୍କୁ ହତ୍ୟା କରିଥିଲେ ବାପା ଓ ଜେଜେମାଆ । ବାପା ପ୍ରକାଶ ଓ ଜେଜେମା ସୌରୀ ୨ ଜଣଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ପରେ ଜୀବନ ହାରିବା ରୂପ ଦେଇଥିଲେ । ହେଲେ ମୃତକଙ୍କ ମାମୁଁ ଘର ଲୋକ ଫତେଗଡ଼ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ନୟାଗଡ ଏସପି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ରାଜ୍ୟ ସରକାର ଏହି ମାମଲାକୁ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ କରି ଗତକାଲି ବାପା ଓ ଜେଜେମାକୁ ରିମାଣ୍ଡରେ ଆଣିଛି। ଆଜି ସକାଳୁ କ୍ରାଇମବ୍ରାଞ୍ଚ ଉଭୟଙ୍କୁ ନେଇ ଧାନଚାଙ୍ଗଡ଼ା ଗାଁରେ କ୍ରାଇମସିନ ରିକ୍ରିଏସନ କରିଛି।

ତେବେ ହତ୍ୟାର ୭ ଦିନ ପୂର୍ବରୁ ଜେଜେ ମା ଓ ବାପା ମିଶି ଯୋଜନା କରିଥିଲେ ମାତ୍ର ବାରମ୍ବାର ଫେଲ୍‌ ହେଉଥିଲେ । କିନ୍ତୁ ରବିବାର ବିଳମ୍ବିତ ରାତିରେ ଦୁଇ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ଜୀବନ ହାରିବାର ରୂପ ଦେବାକୁ ଦୁହେଁଙ୍କୁ ଟାଙ୍ଗି ଦେଇଥିଲେ ।  କିନ୍ତୁ ପୋଲିସ ଘଟଣାର ତଦନ୍ତ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।

 

ଆହୁରି ପଢ଼ନ୍ତୁ : ଆସିଲା ଗୃହ ବିଭାଗର ଶ୍ୱେତପତ୍ର: ରାଜ୍ୟରେ ଉପରମୁଁହା ଦୁଷ୍କର୍ମ ମାମଲା, ଚିନ୍ତା ବଢ଼ାଇଛି ସାଇବର୍‌ ଅପରାଧ