ଚାଲିଛି ଧନଦାତ୍ରୀଙ୍କ ପୂଜା, ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ

ଢେଙ୍କାନାଳ : ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ । ସୁଉଚ୍ଚ ତୋରଣରେ ଝଲସୁଛି ପୁରା ସହର । ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଚାଲିଛି । ୧୧ ଦିନ ଧରି ଚାଲିବ ପୂଜାଚ୍ଚର୍ନା । ୨୭ ତାରିଖରେ ମାଙ୍କୁ ବିଦାୟ ନେବେ ମାଆ ।
ଚଳିତଥର ମହାବୀର ବଜାର ପୂଜା କମିଟିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ସମାରୋହ ପାଳନ କରାଯାଉଛି। ମହାବୀର ବଜାର ଏଥର ପଞ୍ଜାବ ଅମୃତସରର ସ୍ଵର୍ଣ୍ଣ ମନ୍ଦିର ଡିଜାଇନରେ ସୁଉଚ୍ଚ ତୋରଣ ନିର୍ମାଣ କରିଛି ।
ସହରରେ ୩୮ଟି ପୂଜା ମଣ୍ଡପରେ ମା’ଙ୍କ ଆରାଧନା ଚାଲିଛି । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୂତୟନ ହୋଇଛନ୍ତି । ପୂଜା ଦେଖିବା ସହ ଚଟପଟି ଖାଦ୍ୟର ଭରପୁର ମଜା ଉଠାଛନ୍ତି ଲୋକେ ।