ଧାନମଣ୍ଡଳ ପଞ୍ଚାୟତ ସରପଞ୍ଚ ଭାବେ ନବଦ୍ୱୀପ ନାୟକ ନିର୍ବାଚିତ, ବିଜୟ ଉତ୍ସବ ପାଳିଲେ ସମର୍ଥକ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଧାନମଣ୍ଡଳ ପଂଚାୟତ ସରପଂଚ ଉପନିର୍ବାଚନରେ ବିଜେଡିର ବାଜିମାତ୍ । ବିଜେଡି ସମର୍ଥୀତ ପ୍ରାର୍ଥୀ ନବଦ୍ୱୀପ ନାୟକ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଗତକାଲି ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବା ପରେ ଆଜି ବଡଚଣା ବ୍ଲକ ପରିସରରେ ଭୋଟ ଗଣତି କରାଯାଇଥିଲା । ଏଥିରେ ବିଜେଡି ସମର୍ଥୀତ ପ୍ରାର୍ଥୀ ନବଦ୍ୱୀପ ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ନାୟକଙ୍କୁ ୧୬୦୫ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

dhanmandal

ନବଦ୍ୱୀପ ୨୦୭୭ଖଣ୍ଡ ଭୋଟ ପାଇଥିବା ବେଳେ ଦେବାଶିଷ ୪୭୩ଖଣ୍ଡ ଭୋଟ ପାଇଥିବା ନିର୍ବାଚନ ଅଧିକାରୀ ତଥା ବଡ଼ଚଣା ବିଡ଼ିଓ ସୂଚନା ଦେଇଛନ୍ତି । ବିଜୟୀ ଘୋଷଣା ପରେ ବଡଚଣା ବିଜେଡି ଶିବିରରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ବଡଚଣା ବିଜେଡି ପକ୍ଷରୁ ନିର୍ବାଚିତ ସରପଂଚ ନବଦ୍ୱୀପଙ୍କୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏହି ବିପୁଳ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଜୟୀ ସରପଂଚ ଓ ନେତୃମଣ୍ଡଳୀମାନେ ଦେଇଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.