ଆଜି ଧନୁଯାତ୍ରାର ଷଷ୍ଠ ଦିନ , କୃଷ୍ଣ-ବଳରାମଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିବେ କଂସ ମହାରାଜ

ବରଗଡ଼(କେନ୍ୟୁଜ୍) : ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । କଂସଙ୍କ ଅଟ୍ଟହାସ୍ୟରେ ଥରହର ମଥୁରା ନଗରୀ । ସେପଟେ କୃଷ୍ଣମୟ ଗୋପପୁର । ଚାଲିଛି କୃଷ୍ଣ-ବଳରାମଙ୍କ ଲୀଳାଖେଳା । ଆଜି ଧନୁଯାତ୍ରାର ଷଷ୍ଠ ଦିନ । ମଥୁରାରେ ରଙ୍ଗ ସଭାର ଆୟୋଜନ କରି କୃଷ୍ଣ-ବଳରାମଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିବେ କଂସ ମହାରାଜ। ସେହିପରି ଗୋପୀଙ୍କ ବସ୍ତ୍ରାହରଣ ଓ ଯମୁନା ଆଳତୀ କରାଯିବାର କାର୍ୟ୍ୟକ୍ରମ ରହିଛି।
ଧନୁଯାତ୍ରାର ପଞ୍ଚମ ଦିନରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କାଳନ୍ଦୀ ହ୍ରଦରେ କାଳୀୟ ନାଗ ଦଳନ, ବିଶ୍ୱ ରୂପ ଦର୍ଶନ ଦୃଶ୍ୟ ଅନୁଷ୍ଠିତ ହୋଇଛି । ସେହିପରି ବିଚଳିତ କଂସ ମହାରାଜ କୃଷ୍ଣ-ବଳରାମଙ୍କୁ ବଧ ପାଇଁ ପାରିଷଦ ବର୍ଗଙ୍କ ମନ୍ତ୍ରଣା କାର୍ୟ୍ୟକ୍ରମ ଦୃଶ୍ୟ ପରିବେଷଣ କରାଯାଇଛି । ଧନୁଯାତ୍ରା ଦେଖିବା ପାଇଁ ବିଭିନ୍ନ ବରଗଡ଼ରେ ପର୍ୟ୍ୟଟକଙ୍କ ଭିଡ଼ ଜମୁଛି ।