ରାଜ୍ୟ

ଧନୁ ସଂକ୍ରାନ୍ତି ଅବସରରେ ଆଜି ଦେବଦେବୀଙ୍କ ପାଖରେ ଲାଗି ହୋଇଛି ପହିଲି ଭୋଗ

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ମଙ୍ଗଳା| ଓଡିଶାରେ ରହିଥିବା ବିର୍ଭିଣ୍ଣ ଶକ୍ତିପୀଠ ମଧ୍ୟରୁ କାକଟପୁର ର ମା ମଙ୍ଗଳାଙ୍କ ଶାକ୍ତିପୀଠ ହେଉଛି ପ୍ରମୁଖ ଶକ୍ତିପୀଠ ମା’ ମଙ୍ଗଳା କାହିଁ କେଉଁ ଆବହମାନ କାଳରୁ କାକଟପୁରରେ ଅଧିଷ୍ଠିତ ହୋଇ ଆସୁଛନ୍ତି | ନୃସିଂହ ପୁରାଣ ମତ ଅନୁଯାଇ ମା’ ମଙ୍ଗଳା ହେଉଛନ୍ତି ଆଦିମାତା ଏବଂ ମାମଙ୍ଗଳାଙ୍କ ଦ୍‌ାରା ହିଁ ସୃଷ୍ଟିର ସର୍ଜନା କରାଯାଇଛି | ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ସହ ମା’ ମଙ୍ଗଳା ମନ୍ଦିର ଜଡିତ ହୋଇରହିଛି | ମଙ୍ଗଳା ମନ୍ଦିରରେ ଶ୍ରୀକ୍ଷେତ୍ର ପରି ବାରମାଷରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ | ସେଥିମଧ୍ୟରୁ ମା ମଙ୍ଗଳାଙ୍କ ପହିଲିଭୋଗ ହେଉଛି ଅନ୍ୟତମ। ଏହି ଭୋଗ ପ୍ରତିବର୍ଷ ଧନୁସଂକ୍ରାନ୍ତିରେ ଲାଗି କରାଯାଏ। ଆଜି ହେଉଛି ଓଡ଼ିଆଙ୍କ ଅତିପି୍ରୟ ଧନୁ ସଂକ୍ରାନ୍ତି। ଏହଦିନ ବିଶେଷ କରି ଧନୁ ମୁଆଁ ଖାଇବାକୁ ଲୋକେ ବର୍ଷ ବର୍ଷ ଅପେକ୍ଷା କରି ରହିଥାନ୍ତି।

ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି ,ଆଜିଠାରୁ ଜଗନ୍ନାଥ ମନ୍ଦିର ଭଳି କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି | ପହିଲିଭୋଗ ସାଙ୍ଗକୁ ମା ମଙ୍ଗଳାଙ୍କ ନିକଟରେ ଧନୁମୁଆଁ ଲାଗି ହୋଇଛି | ମଙ୍ଗଳା ମନ୍ଦିର ନୀତିକାନ୍ତି ଅନୁଯାଇ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଜୟନ୍ତ ମା ମଙ୍ଗଳାଙ୍କ ନିକଟରେ ପହିଲି ଭୋଗ ଲଗି କରାଯିବ | ଅନ୍ୟ ସମୟରେ ଦିପ୍ରହର ଧୂପରେ ଖେଚୁଡି । ଡାଲି ,ତରକାରୀ ,ଖିରୀ ,ଆଦି ବ୍ୟଞ୍ଜନ ଲାଗିକରାଯାଇଥାଏ |

ସେହିପରି ଆଜି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଆଜି ଠାରୁ ଏକ ମାସ ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ଆଜି ଠାରୁ ଅର୍ଥାତ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପହିଲି ଭୋଗ ନୀତି ପାଳନ କରାଯିବ।ସକାଳୁ ଏହି ନୀତି ହେବ । ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିଛି । ପହିଲି ଭୋଗରେ ଗୁଆ-ଘିଅରେ ଖେଚେଡି, ଫଳ ସହ ଅନ୍ୟାନ ଭୋଗ ମହାପ୍ରଭୁଙ୍କୁ ଅର୍ପଣ କରାଯିବ । କିମ୍ବଦନ୍ତୀ ଅନୁସାରେ ମା ଲକ୍ଷ୍ମୀ ଏହି ସମୟରେ ବାପଘରକୁ ଯାଇଥିବାରୁ ଯଶୋଦା ଆଗ୍ରହର ସହ ଶ୍ରୀକୃଷ୍ଣଙ୍କ ପାଇଁ ସ୍ୱାଦିଷ୍ଟ ପିଠା ତିଆରି କରି ପରସିଦେଇଥାନ୍ତି । ଏହି କିମ୍ବଦନ୍ତୀ ଅନୁସାରେ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେଉଛି ।

ଏହାରି ମଧ୍ୟରେ ପବିତ୍ର ଆରଡ଼ି ଧାମରେ ମଧ୍ୟ ଧନୁ ସଂକ୍ରାନ୍ତି ପାଳନ କରାଯାଇଛି। ପବିତ୍ର ଧନୁ ସଂକ୍ରାନ୍ତି ପାଇଁ ଉତ୍ସବ ମୁଖର ହୋଇଉଠିଛି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ । ଧନୁ ସଂକ୍ରାନ୍ତି ପାଇଁ ଆଖଣ୍ଡଳମଣୀଙ୍କ ପାଖରେ ଲାଗି ହୋଇଛି ମୁଆଁ ଭୋଗ । ଭୋର ସମୟରେ ମନ୍ଦିର ପହୁଡ ଖଲାହେବା ପରେ ପ୍ରଥମେ ମଙ୍ଗଳ ଆରତି କରାଯାଇଥିଲା । ପରେ ରିତିନିତୀ ଓ ପରମ୍ପରା ଅନୁସାରେ ପାଳିଆ ସେବକଙ୍କର ପ୍ରଥମ ମୁଆଁ ଭୋଗ ଲାଗିକରାଯାଇଥିଲା । ପରେ ପରେ ଭକ୍ତମାନେ ମଧ୍ୟ ଏହି ଭୋଗ ଲାଗିକରିଥିଲେ । ସଂକରାନ୍ତି ପାଇଁ ବାବାଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ।

D Sonali

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

11 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

21 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

24 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

57 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

59 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago