କ୍ଷତିପୂରଣ ଦାବି କଲେ ମୃତକଙ୍କ ପରିବାର, କମ୍ପାନୀ ଫାଟକ ନିକଟରେ ଶ୍ରମିକଙ୍କ ସହ ଦେଲେ ଧାରଣା

ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଖଡ଼ଗପ୍ରସାଦ ଗ୍ରାମ ନିକଟରେ ଥିବା ନବ ଲିମିଟେଡ଼ କମ୍ପାନୀ ପରିସରରେ କାର୍ଯ୍ଯରତ ଶ୍ରମିକର ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ କମ୍ପାନୀ ମୁଖ୍ଯ ଫାଟକ ନିକଟରେ କ୍ଷତି ପୂରଣ ଦାବି ନେଇ ଧାରଣା ଲାଗିରହିଛି ।

 ଢେଙ୍କାନାଳ(କେନ୍ୟୁଜ): ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଖଡ଼ଗପ୍ରସାଦ ଗ୍ରାମ ନିକଟରେ ଥିବା  କମ୍ପାନୀ ପରିସରରେ କାର୍ଯ୍ଯରତ ଶ୍ରମିକର ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ କମ୍ପାନୀ ମୁଖ୍ଯ ଫାଟକ ନିକଟରେ କ୍ଷତି ପୂରଣ ଦାବି ନେଇ ଧାରଣା ଲାଗିରହିଛି ।

ଗତକାଲି କାର୍ଯ୍ଯରତ ଶ୍ରମିକ ମାଧବ ବେହେରାଙ୍କର କମ୍ପାନୀ ପରିସରରେ କାର୍ଯ୍ଯରତ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ନେଇ କମ୍ପାନୀ ମୁଖ୍ଯ ଫାଟକ ନିକଟର ଉତ୍ତେଜନା ଲାଗିରହିଛି । ମୃତକଙ୍କ ପରିବାର, ଗ୍ରାମବାସୀ ଓ ଶ୍ରମିକମାନେ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦାବି ସହ ପରିବାର ଜଣଙ୍କୁ ଚାକିରି ଦାବି କରିଛନ୍ତି ।

ଘଟଣା ସ୍ଥଳରେ ଏକ ପ୍ଲାଟ୍ଯୁନ ପୋଲିସ ମୃତୟନ ରହିଛି । ବର୍ତ୍ତମାନ ସୁଧା କମ୍ପାନୀ କର୍ତ୍ତୃପକ୍ଷ କୌଣସି ଆଲୋଚନା କରିବାକୁ ଆସି ନ ଥିବାରୁ ଅଧିକ ଉତ୍ତେଜନା ଦେଖା ଦେଇଛି । ଆମ୍ବୁଲାସ ଯୋଗେ ଅନୁଗୁଳରୁ ମୃତ ଦେହ ଆସିବା ପରେ ଗ୍ରାମବାସୀ , ପରିବାର ସଦସ୍ଯ ଏବଂ ଶ୍ରମିକମାନେ ମୁଖ୍ଯ ଫାଟକ ନିକଟର ମୃତ ଦେହ ରଖି କ୍ଷତି ପୂରଣ ଦାବିରେ ଧାରଣାରେ ବସି ରହିଛନ୍ତି । କମ୍ପାନୀ ସମ୍ମୁଖରେ ଉତ୍ତେଜନା ଲାଗିରହିଛି ।