ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଆନ୍ଦୋଳନ ପ୍ରତ୍ୟାହୃତ, ପ୍ରଶାସନ ହସ୍ତକ୍ଷେପ କରି ଶାନ୍ତି ପାଇଁ ନିବେଦନ

ଯାଜପୁର: ବିଧାୟକଙ୍କୁ ଆକ୍ରମଣ ।  ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗାଡିକୁ ଆକ୍ରମଣ ଘଟଣାରେ ଯାଜପୁର ସଦର ଥାନା ଏବଂ ଯାଜପୁର ଥାନା ସମ୍ମୁଖରେ ଆନ୍ଦୋଳନ ଚାଲିଥିଲା ।  ଆନ୍ଦୋଳନ ପ୍ରତ୍ୟାହାର ହୋଇଛି । ଉଭୟ ଘଟଣାର ତଦନ୍ତ କରାଯିବ ।  ବିରଜା ହାଟ ପ୍ରତିଷ୍ଠା ପାଇଁ ହେଉଥିବା ଉଦ୍ୟମକୁ କେନ୍ଦ୍ର କରି ହୋଇଥିବା ଆନ୍ଦୋଳନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଶାନ୍ତି ପାଇଁ ନିବେଦନ କରିଛି  ।

ଗତକାଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗାଡ଼ି ଭାଙ୍ଗାରୁଜା ହୋଇଥିଲା । ଗାଡି ଭଙ୍ଗା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ବିଧାୟକ ବବି ଦାସ ।  ଏସ୍ ପିଙ୍କ ସହ କଥାହୋଇ ସମସ୍ତ ଦୋଷୀଙ୍କୁ ଗିରଫ କରିବାକୁ କହିଛନ୍ତି । ଦୋଷୀଙ୍କୁ ଗିରଫ ପାଇଁ ପ୍ରଶାସନକୁ ସମସ୍ତ ସହଯୋଗ କରାଯିବ ବୋଲି ବବି ଦାସ କହିଛନ୍ତି ।

ଅନ୍ୟପଟେ ବିରଜା ପ୍ରକଳ୍ପ ନେଇ ଜିଲ୍ଲା ପ୍ରଶାସନର ନିଷ୍ପତି ପ୍ରତିବାଦରେ ବୁଢ଼ା ଘାଟ ନିକଟରେ ପ୍ରତିବାଦ ଚାଲୁଥିବା ବେଳେ ଆନ୍ଦୋଳନକାରୀଙ୍କୁ ହିମାଂଶୁ ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଥିଲେ ।  ଯାହାକୁ ନେଇ ଆନ୍ଦୋଳନକାରୀ ଏବଂ ଧର୍ମଶାଳା ବିଧାୟକଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିଲା ।  ଏହାକୁ କେନ୍ଦ୍ର କରି ଗାଡି ଭଙ୍ଗାରୁଜା ହୋଇଥିବା ପ୍ରଣବଙ୍କ ଭାଇ ଭବପ୍ରକାଶ ଦାସ ପ୍ରତିକ୍ରିୟାରେ କହିଛନ୍ତି ।

You might also like